ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ୟ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କର ମରଶରୀରକୁ ଶେଷ ଦର୍ଶନ ପାଇଁ ମୁମ୍ବାଇର ଏନସିପିଏ ଗ୍ରାଉଣ୍ଡରେ ଗୁରୁବାର ପୂର୍ବାହ୍‌ଣ ୧୦ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ରଖାଯାଇଥିଲା। ଏଠାରେ ପ୍ରାର୍ଥନା ସଭାର ବି ଆୟୋଜନ କରାଯାଇଥିଲା, ଯେଉଁଠାରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ବହୁ ସଂଖ୍ୟକ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ଜଣାଶୁଣା ରାଜନେତା, ଶିଳ୍ପପତି, ଚଳଚ୍ଚିତ୍ର କଳାକାର ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଦୁଃଖ ସମୟରେ ରତନ ଟାଟାଙ୍କ ପୋଷା କୁକୁର ବି ଅନ୍ତିମ ଦର୍ଶନ ପାଇଁ ୱର୍ଲି ସ୍ମଶାନରେ ପହଞ୍ଚିଥିଲା। ଏହି ଦୃଶ୍ୟକୁ ଦେଖି ଲୋକେ ଭାବିବିହ୍ବୋଳ ହୋଇପଡ଼ିଥିଲେ।

ରତନଙ୍କ ଶେଷ ଯାତ୍ରାରେ ଦେଶର ପ୍ରମୁଖ ରାଜନୀତିଜ୍ଞ ତଥା ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନିଙ୍କ ପରି ଅନେକ ଶିଳ୍ପପତି ଓ କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ। ରତନ ଟାଟା ପାର୍ସୀ ସଂପ୍ରଦାୟର ହୋଇଥିବା ସତ୍ତ୍ବେ ତାଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଛି।ରତନ ଟାଟା ଉଦ୍ୟୋଗ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ରହିଛନ୍ତି। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୮ ମସିହାରେ ରତନ ଟାଟାଙ୍କୁ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ। ସେହିପରି ୨୦୦୪ ମସିହାରେ ରିପବ୍ଲିକ ଅପ ଉରୁଗୁଏ, ୟୁନିଭର୍ସିଟି ଅପ କ୍ଯାମ୍ପ୍ରିଜ, ଆଇଆଇଟି ବମ୍ୱେ, ସିଙ୍ଗାପୁର ତଥା ଫ୍ରାନ୍ସ ଓ ଲଣ୍ଡନରୁ ଅଜସ୍ର ସମ୍ମାନ ପାଇଛନ୍ତି ରତନ ଟାଟା।

ସୂଚନାଯୋଗ୍ୟ, ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ରତନଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶ ତଥା ଦେଶ ବାହାରେ ଶୋକର ଛାୟା ଖେଳି ଯାଇଥିଲା। ଲୋକେ ରତନ ଟାଟାଙ୍କୁ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

 

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!