ଶପଥ ନେଲେ ଜାମ୍ମୁକାଶ୍ମୀରର ମୂଖ୍ୟମନ୍ତ୍ରୀ

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ସରକାର ଗଠନ ହୋଇଛି । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତାଙ୍କ ଶପଥଗ୍ରହଣ ସମାରୋହରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗ ଦେଇଥିବାର ଦେଖିବାକୁ ମିିଳିଛି । ଏହି ଶପଥଗ୍ରହଣ ସମାରୋହ ଶେର-ଏ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି । ଓମାର ଅବଦୁଲ୍ଲାଙ୍କ ସହ ମନ୍ତ୍ରୀଭାବେ ସତୀଶ ଶର୍ମା, ସକିନା ଇଟ୍ଟୁ, ଜାଭେଦ ଡାର, ସୁରିନ୍ଦର ସିଂ ଚୌଧୁରୀ, ଜାଭେଦ ରାଣା ଓ ଜାଭେଦ ଡାର ଶପଥ ନେଇଛନ୍ତି ।

ସୂଚନା ଥାଉକି ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ, କଂଗ୍ରେସ ଓ ବାମଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲେ । ୯୦ ଆସନ ବିଶିଷ୍ଠ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୪୯ ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଥିଲା ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!