ଭୁବନେଶ୍ବର : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଦ୍ଧ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍’ ଥମ୍ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥ୍ ଏଥ୍ନିକ୍ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ଵର ଆସିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ୱର ଜନପଥସ୍ଥିତ ହୋଟେଲ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜା ଜାରି ରହିବ ।
ଏହି ଏହି ପ୍ରଦର୍ଶନୀ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି । ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଆଦିଙ୍କ ଏକ ଗୋଷ୍ଠୀ ଦ୍ଵାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଥିଲା ।
ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥରେ ଆକର୍ଷଣୀୟ ଉତ୍ସଦା, ବନାରସି ସିଲ୍କ, ଗଓ୍ୱାଲ, ଧରମାଭରମ୍, କାଦାନି, ଜମାଓ୍ବାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ, ହୋମ୍ ଫର୍ଣିସିଙ୍ଗ୍ ଡିଜାଇନର ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି।
୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯେପରିକି ଆସାମ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କର୍ଣାଟକ, ବିହାର, ଓଡିଶା, ଛତିଶଗଡ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ର, ପଶ୍ଚିମବଙ୍ଗ ଏବଂ ବୁଣାକାରମାନଙ୍କ ସହ ସହଭାଗିତାରେ କାର୍ଯ୍ୟ କରୁଥିବା ମେଟ୍ରୋ ସହରଗୁଡିକର ଅନେକ ଡିଜାଇନର ଏଠାରେ ନିଜ କାର୍ଯ୍ୟର ୫୦,୦୦୦ ୦,୦୦୦ରୁ ଅଧିକ ଧୂକ ବିବିଧତା ପ୍ରଦର୍ଶନ କରିଛନ୍ତି ।
ସିକ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନର ଆୟୋଜକ, ମାନସ ଆଚାର୍ଯ ଚାର୍ଯ୍ୟ କହିଛନ୍ତି ଯେ, “ ଏହି ହସ୍ତତନ୍ତ ପ୍ରଦର୍ଶନୀର ମୁଖ୍ୟ ସାମାଜିକ ଉ ଉଦ୍ଦେଶ୍ୟ ହେଉଛି ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା । ଏହି ପ୍ରଦର୍ଶନୀଗୁଡିକ ମାଧ୍ୟମରେ ଆମେ ବୁଣାକାର ଓ ସେମାନଙ୍କୁ ହସ୍ତତନ୍ତ ବୁଣା ସାମଗ୍ରୀଗୁଡିକ ପାଇଁ ଯେଉଁଠାରେ ପ୍ରଦର୍ଶନୀ ସମ୍ଭବ ନୁହେଁ ସେଠାରେ ମଧ୍ୟ ଉନ୍ନତ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇଛୁ । ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି ବ୍ୟବସାୟୀଙ୍କ ବିନା ଗ୍ରାହକଙ୍କ ନିକଟରେ ସିଧାସଳାଖ ଶୁଦ୍ଧ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପହଂଚାଇବା । ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ସ୍ଵତନ୍ତ୍ର ହାତ ତିଆରି ଶାଢୀଗୁଡିକ ପାଇଁ ୫୦,୦୦୦ ଟଙ୍କା ମଧ୍ୟରେ ରହିଛି ।”
ଆଦିବାସୀ ଅଳଙ୍କାର ଓ ଛନ୍ନାପାଟ୍ ନପା ଖେଳନାଗୁଡିକ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କୋଏମ୍ବାଟୁର ସିଲ୍କ, ଆସାମର ମୁଗା ସିକ, ବେଙ୍ଗାଲୁରୁ ସିଲ୍କ, କ୍ରେପ୍ ଓ ଜର୍ଜେଟ୍ ଶାଢୀ, କର୍ଣ୍ଣାଟକର ର’ ସିଲ୍କ ମ୍ୟାଟେରିଆଲ, କଲମକାରି, ପୋଚମ୍ପାଲ୍ଲି, ମଙ୍ଗଳଗିରି ଡ୍ରେସ୍ ମ୍ୟାଟେରିଆଲ, ଉପଦା, ଗଓ୍ୱାଲ, ଧରମ୍ୱରମ୍, ଅର୍ଗାଞ୍ଜା ସିଲ୍କ ଶାଢୀ, ଆନ୍ଧ୍ରପ୍ରଦେଶର ଶୁଦ୍ଧ ସିଲ୍କ ଜରି ଶାଢୀ, ଟସର, କାନ୍ଥା, ବିହାରର ଭାଗଲପୁର ଡ୍ରେସ୍ ମ୍ୟାଟେରିଆଲ, କୋସା ସିଲ୍କ ଶାଢୀ, ଘିଚା ସିକ ଶାଢୀ, ମଲ୍ବେରୀ ର’ ସିଲ୍କ, ଛତିଶଗଡର ବ୍ଲକ୍ ପ୍ରିଟଡ୍ ସିକ ଶାଢୀ, ବାନ୍ଧନି, ପାଟୋଲା, କନ୍ଥ୍ ଏସ୍ଟ୍ରୋଏଡରୀ, ଗୁଜରାଟୀ ମିରର୍ ୱର୍କ ଓ ଗୁଜରାଟର ଡିଜାଇନର କୂର୍ତି, ତାବି ସିଲ୍କ ଶାଢୀ, ପସ୍ମିନା ସାଲ, ଜମ୍ମୁଓ କଶ୍ମୀରର ଚିନାନ୍ ସିଲ୍କ ଶାଢୀ, ବମ୍କାଇ, ଓଡିଶାର ସମ୍ବଲପୁରୀ, ବନ୍ଧେଜ୍, ବାନ୍ଧନି ସିଲ୍କ ଶାଢୀ, ଜୟପୁର କୂର୍ତି, ବ୍ଲକ୍ ଫ୍ରିଟ୍, ସାଙ୍ଗାନେରି ପିଂଟ୍, ରାଜସ୍ଥାନର କୋଟା ଡୋରିଆ ଜୟପୁରୀ ରଜାଇ ଓ ବେଡ୍ସିଟ. ତାନ୍ଚୋଇ, ବନାରସି ଜାମ୍ଦାନି, ଜାମାବର, ଜାମ୍ଦାନି, ବ୍ରକେଟ୍ ଡ୍ରେସ୍ ମ୍ୟାଟେରିଆଲ, ଉତରପ୍ରଦେଶର ଲଗ୍ନଭି ଚିକାନ, ଶାନ୍ତି ନିକେତନ, କାନ୍ଥା ଶାଢୀ, ଡିଜାଇନର ଶାଢୀ, ବାଲୁଚାରି, ନିଜରି ଶାଢୀ, ଫ୍ରିଟେଡ୍ ଶାଢୀ, ପଶ୍ଚିମବଙ୍ଗର ଢାକାଇ ଜାମ୍ଦାନି, ମହାରାଷ୍ଟ୍ରର ଜରି ପୈଠାନି ଶାଢୀ ଆଦି ଏହି ପ୍ରଦର୍ଶନୀରେ ଉପଲବ୍ଧ ରହିଛି ।

