ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତିକୁ ଚୁଡାନ୍ତ କରିଛି।ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ବିନା ସୂଚନାରେ ସଦର ମହକୁମା ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତାରେ ଓସୱ୍ବାନ ପ୍ଲାଟଫର୍ମରେ ଆଭାସୀ ମାଧ୍ୟମରେ ସାମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବନ୍ୟା, ବାତ୍ୟା ପୁରୀ ଜିଲ୍ଲାରେ ପ୍ରତି ବର୍ଷ ହେଉ ଥିବାରୁ ସମସ୍ତେ ଏଥିରେ ପ୍ରଭାବିତ ହୋଇଥାନ୍ତି। ତେଣୁ ସମୟ ଆସିଛି ସମସ୍ତ ଅଭିଜ୍ଞତା, ଅନୁଭବ, ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ବିପର୍ଯ୍ୟୟ ପ୍ରତି ସତର୍କ ରହିବା ସହ ମିଳିତ ମୁକାବିଲା କରିବାକୁ ସେ ମତ ଦେଇଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମାନେ ବିଭିନ୍ନ ବିପର୍ଯ୍ୟୟ ଓ ସେମାନଙ୍କ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।ଚଳିତ ମାସ ୧୮ ତାରିଖରେ ଟେବୁଲ ଟପ ଏକ୍ସସରସାଇଜ ଓ ୧୯ ତାରିଖରେ ମକ ଡ୍ରିଲ ଅନୁଷ୍ଠିତ ହେବ। ମକ ଡ୍ରିଲ ହେଉଛି ଏକ ଅଭ୍ୟାସ।ଯାହା ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରେ ବିଭିନ୍ନ ଉଦ୍ଧାର, ସହଯୋଗ, ଥଇଥାନ ଇତ୍ୟାଦି ର ପ୍ରସ୍ତୁତି ଓ ବ୍ୟବହାର ରେ ଲାଗୁଥିବା ଯନ୍ତ୍ରପାତି ଗୁଡିକ ର ସ୍ଥିତି ଓ ମରାମତି ସମ୍ପର୍କରେ ବ୍ୟବସ୍ଥା ହୋଇଥାଏ।

ପୂର୍ବରୁ ପୂର୍ବାହ୍ନରେ ଟାଉନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ବେହେରା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବ୍ଲକ ମାନଙ୍କ ରେ ହେବାକୁ ଥିବା ମକ ଡ୍ରିଲ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଚଳିତ ମାସ ୧୯ ତାରିଖରେ ପ୍ରତ୍ୟେକ ବ୍ଲକ , ସମସ୍ତ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କ ରେ ହେବାକୁ ଥିବା ମକ ଡ୍ରିଲ ସମ୍ପର୍କରେ ଆଲୋଚନା କରାଯାଇ ଏହି ପ୍ରସ୍ତୁତି କୁ ସଠିକ ଭାବେ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଥିଲା।ଏଥିରେ ବିଭିନ୍ନ ବ୍ଲକ ର ଲୋକ ପ୍ରତିନିଧି,ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳର ସଭାପତି, ସମ୍ପାଦକ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାର ସମସ୍ତ ଏନ ଏ ସି ନିର୍ବାହୀ ଅଧିକାରୀ, ଜରୁରୀ ବିଭାଗର ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ପଞ୍ଚାନନ ପରିଜା, ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୭୯ ଟି ବହୁମୁଖୀ ଆଶ୍ରୟ ସ୍ଥଳରେ ଏହି ମକଡ୍ରିଲ ଆୟୋଜନ କରାଯିବ ବୋଲି ଡିପିଓ ଶ୍ରୀ ଦାଶ ସୂଚନା ଦେଇଥିଲେ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!