ବାତ୍ୟll କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା ରାଶି

ବାତ୍ୟା ‘ଦାନା’ର ପ୍ରଭାବରେ ରାଜ୍ୟର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହି କ୍ଷତିଗ୍ରସ୍ତ ଚାଷୀଙ୍କୁ କେମିତି ଓ କେତେ ସହାୟତା ମିଳିବ, ସେନେଇ ସ୍ପଷ୍ଟୋକ୍ତି କରିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ।

ସେ କହିଛନ୍ତି, ଯେଉଁ ଚାଷୀଙ୍କର ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବ, ତାଙ୍କୁ ୪୨୦୦ ଟଙ୍କା ସହାୟତା ଦିଆଯିବ। ଏଣେ ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ମାତ୍ର ୧ ହଜାର ଟଙ୍କା ଚାଷୀଙ୍କୁ ମିଳିବ। ଠିକ୍ ସେହିପରି ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ରାଜ୍ୟ ସରକାର ୧୭ ହଜାର ଟଙ୍କା ସହାୟତା ରାଶି ଦେବେ। ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨ ହଜାର ଟଙ୍କା ମିଳିବ।କୃଷି ସଚିବ ଆହୁରି ସୂଚନା ଦେଇଛନ୍ତି ଯେ ଆଗ୍ରୋ ଫରେଷ୍ଟ/ ପ୍ଲାଣ୍ଟ‌େସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ମିଳିବ। ଏକ୍ଷେତ୍ରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତିକମରେ ୨ ହଜାର ୫୦୦ ଟଙ୍କା ମିଳିବ। ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉକ୍ତ ସରକାରୀ ସହାୟତା ପ୍ରଦାନ କରାଯିବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!