ଜାଣନ୍ତୁ ଡିଜିଟାଲ ଆରେଷ୍ଟ କ’ଣ

ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ । ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି। ଏବେ ଦେଶରେ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ଡିଜିଟାଲ୍ ଆରେଷ୍ଟ ଫ୍ରଡ୍‌କୁ ନେଇ ଉଦବେଗ ପ୍ରକାଶ ସହ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏଥିରୁ ବର୍ତ୍ତିବାର ଉପାୟ ବତାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ତେବେ ଦିନକୁ ଦିନ ବଡ଼ ସମସ୍ୟା ଭାବେ ଉଭା ହୋଇଚାଲିଥିବା ଏ ଡିଜିଟାଲ୍ ଆରେଷ୍ଟ ଫ୍ରଡ୍ ପ୍ରସଙ୍ଗ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତରେ ସ୍ଥାନ ପାଇଛି । ଏନେଇ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ପ୍ରାବଧାନ ନାହିଁ ବୋଲି କହି ସ୍ପଷ୍ଟ କରିଛନ୍ତି କୌଣସି ସରକାରୀ ସଂସ୍ଥା ଫୋନ୍ କିମ୍ବା ଭିଡିଓ କଲରେ ଜେରା କରିନଥାନ୍ତି । ଧମକାନ୍ତି ନାହିଁ କି ଟଙ୍କା ମାଗନ୍ତିନାହିଁ । ଯେଉଁମାନେ ଏହା କରୁଛନ୍ତି ସେମାନେ ସମାଜର ଶତ୍ରୁ ବୋଲି କହି ଏଭଳି ଫ୍ରଡରୁ ବର୍ତ୍ତିବାକୁ ୩ଟି ସୂତ୍ର- ରୁକୋ, ସୋଚୋ, ଆକ୍ସନ ଲୋଆପଣାଇବାକୁ ବି ପରାମର୍ଶ ଦେଇଛନ୍ତି । କହିଛନ୍ତି -ଫ୍ରଡ୍ କଲ୍ ଆସିଲେ ଆତଙ୍କିତ ନହୋଇ ଧୈର୍ଯ୍ୟ ଧରନ୍ତୁ । ମୁକାବିଲା ଉପାୟ ଚିନ୍ତା କରନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ । ଯଦି ସମ୍ଭବ ହେଉଛି, ସ୍କ୍ରିନସଟ ନିଅନ୍ତୁ ଓ ରେକର୍ଡିଂ କରି ରଖନ୍ତୁ ଏବଂ ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ ।

ଏନେଇ ବିଭିନ୍ନ ଜାତୀୟ ତଥା ରାଜ୍ୟ ସ୍ତରୀୟ ଗଣମାଧ୍ୟମରେ ଖବର ପ୍ରଶାରଣ କରି ଲୋକଙ୍କୁ ସଚେତନତା କରାଯାଇଛି । ସେହିପରି ବିଗତ ଦିନରେ ତେଲୁଗୁ ପୋଷ୍ଟ ଏନେଇ ଏକ ବିସ୍ତୃତ ଖବର ପ୍ରସାରଣ କରିଥିଵାର ଦେଖାଦେଇଛି । ଯେଉଁଥିରେ ଡିଜିଟାଲ ଆରେଷ୍ଟରେ ଠକମୀର ଶିକାର ହୋଇଥିବା ଖବର ସହ ବିଭିନ୍ନ ମତାମତ ଏବଂ ଏଥିରୁ କିଭଳି ବର୍ତିବେ ଏନେଇ ସଚେତନତା ମଧ୍ୟ କରାଯାଇଥିଲା ।

ସେହିପରି ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ବିଭିନ୍ନ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରମାନଙ୍କ ସହ ମିଳିତ ଭାବେ ଏ ଦିଗରେ କାମ କରୁଛନ୍ତି। ଏପରିକି ଏକ୍ଷେତ୍ରରେ ସମନ୍ବୟ ପାଇଁ ନ୍ୟାସନାଲ ସାଇବର୍ କୋ-ଅର୍ଡିନେସନ ସେଣ୍ଟର ପ୍ରତିଷ୍ଠା ସଂପର୍କରେ ବି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!