ସ୍ପେସ୍‌ ଏକ୍ସ ରକେଟ୍‌ରୁ ଲଞ୍ଚ ହେଲା ଭାରତୀୟ ସାଟେଲାଇଟ୍‌

ପ୍ରତିଷ୍ଠିତ ଉଦ୍ୟୋଗପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସ୍ପେଶ୍‌ ଏକ୍ଦ ଫାଲ୍‌କନ୍‌ ୯ର ସହଯୋଗରେ ଭାରତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ମଙ୍ଗଳବାର ମହାକାଶକୁ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆମେରିକାର ଫ୍ଲୋରିଡାସ୍ଥିତ କେପ କାନଭେରାଲରୁ ଉତକ୍ଷେପଣ କରାଯାଇଥିଲା। ମଙ୍ଗଳବାର ମଧ୍ୟରାତ୍ରିରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ GSAT-20 (GSAT N-2), ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଫାଲକନ୍ ୯ ରକେଟ ମାଧ୍ୟମରେ ଏହାର ୩୯୬ ତମ ଉଡ଼ାଣ ଭରିଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍‌ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରାଧାକୃଷ୍ଣନ୍ ଦୁରାଇରାଜ କହିଛନ୍ତି ଯେ ଏହି ଉତକ୍ଷେପଣ ସଫଳ ହୋଇଛି।

GSAT N-2 ଉପଗ୍ରହ ଦୁର୍ଗମ ଅଞ୍ଚଳକୁ ବ୍ରଡବ୍ୟାଣ୍ଡ ସେବା ଏବଂ ଯାତ୍ରୀ ବିମାନରେ ଉଡ଼ାଣ ସମୟରେ ଫ୍ଲାଇଟ୍ ଇଣ୍ଟରନେଟ୍ ଯୋଗାଇବ। ଏହି ଉପଗ୍ରହଟି ୩୨ ଟି ୟୁଜର୍ ବିମ୍ ସହିତ ସଜ୍ଜିତ ହୋଇଛି, ଯେଉଁଥିରେ ଉତ୍ତର ପୂର୍ବାଞ୍ଚଳ ଉପରେ ଆଠଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ଭାରତର ୨୪ ଟି ବିସ୍ତୃତ ସ୍ପଟ୍ ବିମ୍ ଅଛି। ଏହି ୩୨ ବିମ୍‌କୁ ଭାରତର ମୁଖ୍ୟ ଅଞ୍ଚଳରେ ସ୍ଥିିତ ହବ୍‌ ଷ୍ଟେସନ୍‌ ଦ୍ବାରା ପରିଚାଳନା କରାଯିବ। ଏହା ମଧ୍ୟ ଫ୍ଲାଇଟ୍ ଇଣ୍ଟରନେଟ୍ ସଂଯୋଗକୁ ସକ୍ଷମ କରିବାରେ ସାହାଯ୍ୟ କରିବ।
ଫ୍ଲୋରିଡାର କେପ କାନାଭେରାଲରେ ସ୍ପେସ୍ କମ୍ପ୍ଲେକ୍ସ ୪୦ ରୁ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ GSAT N-2 କିମ୍ବା GSAT 20, ବ୍ୟବସାୟିକ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ଏଥିପାଇଁ ଆମେରିକାର ସ୍ପେସ୍ ଫୋର୍ସରୁ ସ୍ପେସ୍ ଏକ୍ସ ଲଞ୍ଚପ୍ୟାଡ୍‌ ଭଡ଼ାରେ ଆଣିଥିଲା। ଯାହାକି ଦେଶର ସଶସ୍ତ୍ର ବାହିନୀର ଏକ ସ୍ୱତନ୍ତ୍ର ଶାଖା ଅଟେ, ଏହା ସ୍ପେସ୍ ସମ୍ପତ୍ତିର ସୁରକ୍ଷା ପାଇଁ ୨୦୧୯ ରେ ନିର୍ମାଣ କରାଯାଇଥିଲା।

କହିରଖୁଛୁ ଯେ, ଏହି ୪୭୦୦ କିଲୋଗ୍ରାମ ଉପଗ୍ରହ ଭାରତୀୟ ରକେଟ୍ ପାଇଁ ଅତ୍ୟଧିକ ଭାରୀ ଥିଲା, ତେଣୁ ଏହାକୁ ବିଦେଶୀ ବ୍ୟବସାୟିକ ଉତକ୍ଷେପଣ ପାଇଁ ପଠାଯାଇଥିଲା ଏବଂ ସ୍ପେସ୍ ଏକ୍ସ ଦ୍ୱାରା ଉତକ୍ଷେପଣ କରାଯାଇଥିଲା। ଭାରତର ନିଜସ୍ୱ ରକେଟ୍ ‘ଦ ବାହୁବଳୀ’ କିମ୍ବା ଲଞ୍ଚ ହ୍ବିକିଲ୍‌ ମାର୍କ -୩ ସ୍ପେସ୍ କକ୍ଷପଥରେ ସର୍ବାଧିକ ୪୦୦୦ ରୁ ୪୧୦୦୦ କିଲୋଗ୍ରାମ ଓଜନ ବହନ କରିପାରିବ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଭାରୀ ଉପଗ୍ରହ ଉତକ୍ଷେପଣ କରିବା ପାଇଁ ଆରିୟାନସ୍ପେସ୍ ଉପରେ ନିର୍ଭରଶୀଳ ଥିଲା, କିନ୍ତୁ ବର୍ତ୍ତମାନ ଏହାର କୌଣସି କାର୍ଯ୍ୟକ୍ଷମ ରକେଟ୍ ନାହିଁ ଏବଂ ସ୍ପେସ୍ ଏକ୍ସ ସହିତ ଭାରତ ଏହାର ଉପଗ୍ରହ ଲଞ୍ଚ କରିବାକୁ ଏକମାତ୍ର ବାଟ ବାଛିଥିଲା। ଚୀନ୍ ରକେଟ୍ ଭାରତ ପାଇଁ ଅନୁପଯୁକ୍ତ ଏବଂ ୟୁକ୍ରେନରେ ବିବାଦ ହେତୁ ଋଷ ବ୍ୟବସାୟିକ ଉତକ୍ଷେପଣ ପାଇଁ ଏହାର ରକେଟ୍ ଦେବାକୁ ସକ୍ଷମ ନୁହେଁ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!