ବିଜେପିର ଇସ୍ତଫା ଦେଲେ କାଳୁ ଖଣ୍ଡାୟତ

ଖୋର୍ଦ୍ଧାର ବରିଷ୍ଠ ବିଜେପି ନେତା କାଳୁ ଖଣ୍ଡାୟତ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ଶହା ଶହ ସମର୍ଥକଙ୍କ ସହ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ସ୍ୱାଧୀନ ଭାବେ ଖୋର୍ଦ୍ଧା ବିଧାନସଭା ଆସନରୁ ଲଢିବେ ବୋଲି ଘୋଷଣା କରିଛନ୍ତି ।

କାଳୁ ଖଣ୍ଡାୟତ ଟିକେଟ ଆଶାୟୀ ଥିବା ବେଳେ ଦଳ ତାଙ୍କ ସ୍ଥାନରେ ବିଜେଡିରୁ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେବା ପରେ ଦଳୀୟ କନ୍ଦଳ ଜୋର ଧରିଥିଲା । ଏବେ କାଳୁ ଖଣ୍ଡାୟତ ଇସ୍ତଫା ଦେବା ପରେ ଖୋର୍ଦ୍ଧାରେ ବିଜେପିର ଶକ୍ତି ହ୍ରାସ ପାଇଛି ।

ଏହାସହ କିଛିଦିନ ତଳେ ସେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମଧ୍ୟ ସଂଗୀନ ଅଭିଯୋଗ ଆଣିଥିଲେ ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!