ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର। ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୦ଟିରେ ଶାସକ ମହାୟୁତି ଆଗୁଆ ରହିଛି।
କେବଳ ଭାରତୀୟ ଜନତା ପାର୍ଟି ୧୩୫ ଟି ଆସନରେ ଆଗୁଆ ରହିଛି। ସେହିପରି ୪୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୦ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୭୦ଟି ଆସନରେ ଆଗୁଆ ଅଛି।

