ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଏନେଇ ଚିନ୍ତା କରୁଛନ୍ତି ସରକାର। ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସସକ୍ତ କରାଯିବ। କ୍ଷୀର ଧାରା କରାଯିବ। ଗତକାଲି ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶାର ଲୋକମାନଙ୍କର ଅର୍ଥନୈତିକ ଅବସ୍ଥାକୁ ସ୍ଥିର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଲକ୍ଷ୍ୟ ହେଉଛି ବିକଶିତ ଭାରତ ବିକଶିତ ଓଡ଼ିଶା। ତେଣୁ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ କରିବା ପାଇଁ ମହିଳା, ଆଦିବାସୀ, ହରିଜନ ଲୋକଙ୍କୁ ୩ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଦେବାର ବ୍ୟବସ୍ଥା କରାଯାଇଛି। ଅର୍ଥନୀତିରେ ସୁଧାର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଓଡ଼ିଶାରେ ବିକାଶ ହେବ, ଗ୍ରାମାଞ୍ଚଳର ବିକାଶ ହେବ । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଗ୍ରାମର କ୍ଷୀର ଦେବା ପାଇଁ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପିଲାମାନଙ୍କ ପୋଷଣରେ ଭିଟାମିନ୍ ରହିବ।

