ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନ

ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ୩୫ ମିନିଟରେ ସେ ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସେହିପରି ଭାରତୀୟ ବଂଶୋଦ୍ଭବ ଉଷାଙ୍କ ସ୍ବାମୀ ଜେ.ଡି, ଭେନ୍ସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତା’ପୂର୍ବରୁ ୱାଶିଂଟନରେ ପହଞ୍ଚି ସେଲିବ୍ରେସନ ଆରମ୍ଭ କରିଦେଲେଣି ଟ୍ରମ୍ପଙ୍କ ସମର୍ଥକ।

ଶପଥ ଗ୍ରହଣ ପରେ ଟ୍ରମ୍ପ କହିଛନ୍ତି, ଆମେରିକାର ସ୍ବର୍ଣ୍ଣିମ ଯୁଗର ଆରମ୍ଭ ହେଲା। ଆମେରିକାକୁ ପୁଣି ଥରେ ମହାନ କରିବା। ଆମେରିକାରେ ଅବୈଧ ପ୍ରବେଶ ହେବ ନାହିଁ। କେହି ଆମେରିକାକୁ ବ୍ୟବହାର କରିପାରିବେ ନାହିଁ। ଏଥିସହ ଦକ୍ଷିଣ ସୀମାରେ ଏମର୍ଜେନ୍ସି ଘୋଷଣା କଲେ ଟ୍ରମ୍ପ। ଆମେରିକାରେ ଅବୈଧ ପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯିବ। ଦରବୃଦ୍ଧି ନିୟନ୍ତ୍ରଣ କରିବା ମୋ ଟିମ୍‌ର ପ୍ରାଥମିକତା ହେବ। ସମସ୍ତଙ୍କୁ ନ୍ୟାୟ ମିଳିବ ଓ ରଙ୍ଗଭେଦ ନୁହେଁ, ପ୍ରତିଭାକୁ ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଛନ୍ତି।

Post Views4 Total Count

Apply Now


This will close in 0 seconds

error: Content is protected !!