ସୁଭଦ୍ରାରେ ୧୫୭ ପୁରୁଷ କରିଛନ୍ତି ଆବେଦନ

ସୁଭଦ୍ରା ଯୋଜନାରେ ପୁରୁଷମାନେ ଆବେଦନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରାରେ ଆବେଦନ କରିଛନ୍ତି। ତେବେ ଏହି ପୁରୁଷଙ୍କୁ ତାଲିକାରୁ କାଟି ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଧାନକାର୍ଡର ବ୍ୟାଙ୍କ ଲିଙ୍କ ଡାଟା ଆସିବା ପରେ ଏହା ଜଣାପଡ଼ିଥିଲା। ଭୁଲ୍ବଶତଃ ଆବେଦନ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି।
ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ।

ମହିଳାମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ। ମାତ୍ର ବାୟୋମେଟ୍ରିକ୍ କିମ୍ବା ଏନ୍ପିସିଆଇ ଯାଞ୍ଚ ନିମନ୍ତେ ସେମାନଙ୍କୁ ଆସିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Post Views14 Total Count

Apply Now


This will close in 0 seconds

error: Content is protected !!