ଦିଲ୍ଲୀ ଗାଦି ହାତେଇବାକୁ ୨୬ ବର୍ଷ ହେଲା ଚାହିଁ ରହିଛି ବିଜେପି । ହେଲେ ତାହା ସମ୍ଭବ ହୋଇ ପାରୁନି । ୨୦୧୯ରେ ଲୋକସଭା ନିର୍ବାଚନରେ ଚମତ୍କାର ଫଳାଫଳ ସତ୍ତ୍ବେ ଦିଲ୍ଲୀରେ ବିଜେପିର ସବୁ ଗଣିତ ଫେଲ୍ ମାରିଥିଲା । ୨୦୨୦ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ଉପରେ ଭରସା କରିଥିଲେ ଦିଲ୍ଲୀ ଭୋଟର । ଏବେ ପୁଣି ସେହି ସମୟ ଆସି ପହଞ୍ଚିଛି । ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାଛିବେ ଭୋଟର । କାହା ଉପରେ ହାତୀ ସୁନାକଳସ ଢାଳିବ ସେଥିପାଇଁ ଆରମ୍ଭ ହୋଇଛି କଳ୍ପନଜଳ୍ପନା ।
ଦିଲ୍ଲୀର ସ୍ଥାନୀୟ ରାଜନୀତିରେ ବିଜେପିର ପ୍ରଭାବ ସୀମିତ ରହିଛି । କାରଣ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆପ୍ ଏହି ଅଞ୍ଚଳରେ ପ୍ରମୁଖ ଦଳ ଉଭା ହୋଇଛି । ମୋହଲ୍ଲା କ୍ଲିନିକ୍, ଫ୍ରି ବସ୍ ସେବା ଭଳି ଯୋଜନାର ବିଜେପି ପାଖରେ କୌଣସି ଜବାବ ନାହିଁ । ଲୋକାଲ ସମସ୍ୟାର ସମାଧାନ ନେଇ ବିଜେପି ଲୋକଙ୍କ ନିକଟତର ହୋଇ ପାରୁନି । ଜାତୀୟ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେବା ବିଜେପି ଶାସନର ଆଭିମୁଖ୍ୟ, ବିଦ୍ୟୁତ୍, ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ଭଳି ସ୍ଥାନୀୟ ପ୍ରସଙ୍ଗ ପ୍ରତି ଯେଉଁ ପ୍ରତିଶ୍ରୁତି ମିଳୁଛି ତାହା ଭୋଟରମାନଙ୍କ ପାଇଁ ସେତେ ଆକର୍ଷଣୀୟ ହେଉନି ।
ସବୁଠାରୁ ବଡ଼ କଥା ହେଉଛି ଲୋକସଭା ନିର୍ବାଚନରେ ଜବରଦସ୍ତ ରେଜଲ୍ଟ ସତ୍ତ୍ବେ କାହିଁକି ଦିଲ୍ଲୀରେ ଫେଲ୍ ମାରୁଛି ବିଜେପି । ଆପ୍ କେମିତି ଲଗାତାର ଲୋକଙ୍କ ଭରସା ଜିତି ଆସୁଛି ? ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ବିଗତ ବର୍ଷ ମଧ୍ୟରେ ଲୋକଙ୍କ ବିଶ୍ୱାସ ଜିତିବାରେ ଫେଲ୍ ମାରୁଛି । ଶିଲା ଦିକ୍ଷୀତଙ୍କ ପରେ କଂଗ୍ରେସକୁ ଦିଲ୍ଲୀ ପାଇଁ କେହି ଜଣେ ଦମଦାର ଚେହେରା ମିଳି ପାରୁ ନାହାନ୍ତି ।
ତେବେ ଏଥର ନିର୍ବାଚନୀ ବୈତରଣୀ ପାର୍ ହେବାକୁ ତିନି ପ୍ରମୁଖ ଦଳ ମାଗଣା ଯୋଜନା ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଆପ୍ ମହିଳା ସମ୍ମାନ ଯୋଜନା ଘୋଷଣା କରିଥିବା ବେଳେ ବିଜେପି ଘୋଷଣା କରିଛି ମହିଳା ସମୃଦ୍ଧି ଯୋଜନା । ସେହିଭଳି କଂଗ୍ରେସ ମଧ୍ୟ ପ୍ୟାରି ଦିଦି ଯୋଜନାରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି । ହେଲେ ଭୋଟର କାହାକୁ ଭରସା କରିବେ ତାହାରି ଉପରେ ରହିଛି ସଭିଁଙ୍କ ନଜରଟ୍ଟ

