ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ଆସନ୍ତା ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ । ମିଳିତ ଅଧିବେଶନକୁ ସମ୍ବୋଧିନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହମହିମ ସଂସଦରେ ୨୦୨୪-୨୫ ଆର୍ଥିକ୍ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରୁଛନ୍ତି । ସେ ନିଜ ଅଭିଭାଷଣରେ କହିଛନ୍ତି, ଭାରତ ବିକାଶ ଯାତ୍ରାର ଏହି ଅମୃତକାଳରେ କେନ୍ଦ୍ର ସରକାରଙ୍କ ଅଦ୍ଭପୂର୍ବକ ଉପଲବ୍ଧି ସହିତ ନୂଆ ଉର୍ଜା ଦେଉଛନ୍ତି । ସରକାରଙ୍କ ପୂର୍ବ କାର୍ଯ୍ୟକାଳରେ ତିନି ଗୁଣା ଦ୍ରୁତ ଗତିରେ ଦେଶ ବିକାଶ କାର୍ଯ୍ୟ ଜାରି ରହିଛି । ବଡ଼ ନିଷ୍ପତ୍ତି ଏବଂ ନୀତି ଗୁଡ଼ିକ ଅସାଧାରଣ ଗତିରେ ଦେଶରେ ବିଭିନ୍ନ ଯୋଜନା ମାଧ୍ୟମରେ ଲାଗୁ ହେଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ଗରିବ, ମଧ୍ୟମବର୍ଗ, ଯୁବପିଢି, ମହିଳା ଏବଂ କୃଷକଙ୍କୁ ସର୍ବୋଚ୍ଚ ପ୍ରଥାମିକତା ମିଳୁଛି ।
ଗରିବଙ୍କୁ ପକ୍କାଘର:-
ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ସମସ୍ତଙ୍କ ପାଇଁ ଠୋସ୍ ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଅତିରିକ୍ତ ପରିବାରକୁ ପକ୍କାଘର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫, ୩୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ସରକାର ଗାଁରେ ଭୂମିହୀନ ଗରିବଙ୍କୁ ଜମି ପ୍ରଦାନ ଏବଂ ସେମାନଙ୍କ ଆର୍ଥିକ୍ ସ୍ଥିତି ସୁଧାର ପାଇଁ ପ୍ରତିଶ୍ରୁତି ବଦ୍ଧ । ତେଣୁ ସ୍ବାମୀତ୍ବ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୨କୋଟି ୨୫ ଲକ୍ଷ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଏଥିରୁ ପ୍ରାୟ ୭୦ ଲକ୍ଷ ସ୍ବାମୀତ୍ବ କାର୍ଡ ଗତ ୬ମାସରେ ଭିତରେ ପ୍ରଦାନ କରାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ମହିଳାଙ୍କୁ ସଶକ୍ତ ଲକ୍ଷ୍ୟ:-
ମହିଳାଙ୍କୁ ସଶକ୍ତ କରିବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ। ଏନେଇ ଲାକ୍ଷପତି ଦିଦି ଯୋଜନାରେ ୩ କୋଟି ଲାକ୍ଷପତି ଦିଦି ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟି ୩୦ଲକ୍ଷ ଲାକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି । ସେହିପରି ଅଲିମ୍ପିକ୍ସରେ ଝିଅ ମାନେ ବିଦେଶରେ ଭାରତକୁ ଗୌରାବନ୍ବତ କରିଛନ୍ତି । ଦେଶର ଝିଅମାନେ ଅଲମ୍ପିକ୍ସରେ ପଦକ ଜିତି ଦେଶର ସମ୍ମାନ ବଢ଼ାଉଛନ୍ତି । ‘ଆଜିର ଦୁନିଆରେ ମହିଳାମାନେ ମଧ୍ୟ ଲଢ଼ୁଆ ବିମାନ ଉଡ଼ାଉଛନ୍ତି ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।

