ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ, ଏହି ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବଡି ଭୋରରୁ ବୁଡ ପକାଇବା ଲାଗି ଚନ୍ଦ୍ରଭାଗା ନିକଟ ପ୍ରାଚୀ ତଟ ଜନସମୁଦ୍ର ପାଲଟିଛି। ବିଶ୍ବାସ ରହିଛି ମାଘ ସପ୍ତମୀରେ ବୁଡ଼ ପକାଇଲେ କୋଟି ପୁଣ୍ୟ ମିଳିଥାଏ। ଶୃଙ୍ଖଳିତ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି। କୋଣାର୍କ ଓ ଚନ୍ଦ୍ରଭାଗାରେ ୬ ଜଣ ଆଡିସିନାଲ ଏସପିଙ୍କ ସମେତ ୩୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣିଶ୍ୱର ମହାପ୍ରଭୁ, କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେ ଐଶାଣେଶ୍ୱର ମହାପ୍ରଭୁଙ୍କ ମହାସ୍ନାନ ପରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।

 

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ସାଧୁ ସନ୍ଥଙ୍କ ପୂଜାପାଠରେ କଂପିବ ପାହାଡ଼ ପାଦଦେଶ। ହୋମଯଜ୍ଞରେ ପ୍ରକଂପିତ ହେବ ପରିବେଶ। ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ ସାରିଥିବା ବେଳେ ଆଜିଠୁ ଖଣ୍ଡଗିରିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ।  ମେଳା ପାଇଁ ଏବେଠୁ ଖୋଲିଲାଣି ଭଳିକି ଭଳି ଦୋକାନ ବଜାର ।

 

Post Views51 Total Count

Apply Now


This will close in 0 seconds

error: Content is protected !!