ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ , ମହିମା ଅଲେଖ ଧ୍ୱନୀରେ କମ୍ପିଲା ଗାଦି

ଢେଙ୍କାନାଳ ଜିଲ୍ଲାର ମହିମା ଗାଦିରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ମଙ୍ଗଳ ବାର ବ୍ରାହ୍ମମୁହୂତ୍ତରୁ ଆରମ୍ଭ ହୋଇଯାଇଛି। ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଶ୍ରଦ୍ଧାଳୁଙ୍କର ଗୁରୁ ଅଲେଖ ମହିମା ଧ୍ୱନି ରେ ମହିମାଧାମ ଯୋରନ୍ଦା ପ୍ରକମ୍ପିତ ହୋଇଉଠିଛି।

ମାଘ ଶୁକ୍ଳ ପକ୍ଷ ଚତୁର୍ଦ ରେ ସନ୍ନ୍ୟାସୀମାନେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗାଦୀ ମଦିର ବେଢାରେ ମଙ୍ଗଳବାର ପ୍ରାତ ସାଢେ ୩ଟା ସମୟରେ ବେଢା ପରିକ୍ରମା କରି ଭୋରରୁ ଚତୁର୍ଦ୍ଦଶୀ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ରୁପାଝାଡୁରେ ଗାଦୀ ମଦିର ପରିସରରେ ଛେରାପହଁରା କରାଯାଇଥିଲା। ରୁପାଗରାରେ ଜଳ ଆଣି ସିଞ୍ଚନ କରାଯିବ ପରେ ସୁନା ଗିନାରେ ଚଦନ ପାଣି ସିଞ୍ଚନ କରାଯାଇଥିଲା। ରୂପା ଚାମରରେ ଚାମର କରାଯାଇଛି। ସେହିପରି ମଧ୍ୟାହ୍ନ ନୀତି ୧୧ଟା ୧୫ରୁ ଆରମ୍ଭ କରାଯାଇ ଅନୁରୂପ ପୂଜାଚ୍ଚନା କରାଯାଇଛି। ଅପରାହ୍ନ ୪ଟା ସମୟରେ ତ୍ରିସଦ୍ୟା ପୂଜା କରାଯାଇଛି। ଅପରାହ୍ନ ୫ଟା୨୫ମିନିଟ୍ ରେ ମୁଖ୍ୟ ଗାଦୀ ମଦିର ର ଚାରି ଦ୍ୱାରରେ ଚାରୋଟି ବୃହତ ଝାଡଦୀପ ପ୍ରଜ୍ଜଳିତ କରାଯାଇଛି। ଅଜ୍ଞାନ ଓ ଅନ୍ଧକାର ଦୂରୀଭୂତ କରିବା ପାଇଁ ଝାଡ଼ ପ୍ରଜ୍ଜୁଳିତ କରାଯିବା ସହ ଜଗତ ଓ ଭଗତଙ୍କ କଲ୍ୟାଣ କାମନା କରି ସେଥିରେ ଘୃତାହୁତି ଦିଆଯାଇଛି। ସେହିପରି ଶୁନ୍ୟମନ୍ଦିରରେ ଗୋଟିଏ ବୃହତ ଝାଡ଼ଦୀପ, ଅଖଣ୍ଡ ବତି ମନ୍ଦିରରେ ଗୋଟିଏ ଝାଡ଼ଦୀପ, ଅଖଣ୍ଡ ଜ୍ଯୋତି ମଦିରରେ ମଧ୍ଯ ଗୋଟିଏ ଝାଡ଼ଦୀପ ପ୍ରଜ୍ଜଳିତ କରାଯାଇଛି। ଧ୍ଵନି ମଦିରରେ ପ୍ରଜ୍ଜଳିତ ହେଉଥିବା ଧୂନିରେ ଘୃତାହୁତି ଦିଆଯାଇଛି।

ମେଳା ଉପଲକ୍ଷେ ଭଣ୍ଡାର ଘରୁ ସୁନାରୁପାର ଛତ୍ରୀ, ଆଢ଼େଣୀ, ତରାସ, ସୁନା ରୁପୀ ଝାଡ଼ୁ ପ୍ରଭୂତି ଯାତ୍ରୀମାନଙ୍କ ଦଶନ ନିମନ୍ତେ ରଖାଯାଇଛି ।ବିଭିନ୍ନ ମଠ ମଦିରରେ ଜଣାଣ, ଭଜନ, ଖଞ୍ଜଣୀ ମାଡ଼ରେ ଚଉତିଷା ଆବୂଭି କରାଯାଉଛି । ଚଳିତ ବର୍ଷ ୨୦ଜଣ ନୂତନ ସନ୍ନ୍ୟାସୀଙ୍କୁ ତୋର, – କୈପିନ୍‌, ଭେକ ଓ ବାନୀ ଦାନ କରାଯାଇଛ। ରାଜା ଓ ରାଜ୍ୟ ବାହାରୁ ବହୁସଂଖ୍ୟକ ମହିମା ଧର୍ମାବଲମ୍ବୀ ଭକ୍ତମୀନଙ୍କର ସମାଗମ ହୋଇଛି । ଯୋରନ୍ଦାମେଳା ଉପଲକ୍ଷେ ଯାତ୍ରୀମାନଙ୍କୁ ନେବାଆଣିବା କରିବା ପାଇଁ ସ୍ଵତନ୍ତ୍ର ଯାନବାହନମାନ ଚଳାଚଳ ହେଉଛି। ମେଳା ଉପଲକ୍ଷେ ବିଭିନ୍ନ ପ୍ରକାର ଉଠାଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତିନି ଟି ଅସ୍ଥାୟୀ ଫାଣ୍ଡି କରାଯିବା ସହ ୧୦ପ୍ଲlଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମଙ୍ଗଳବାର ପୂର୍ଣମା ଓବୁଧବାର ଦେଶପୂର୍ଣମା ନିମନ୍ତେ ଦୁଇତିନି ଦିନ ଧରି ଗାଦି ଓ ଅନ୍ୟାନ୍ୟ ମଦିର ଗୁଡିକରେ ଝାଡ ପ୍ରଜ୍ଜଳିତ ହୋଇ ଘୃତାହୂତି ଦେବା ର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା ,ଆଶୁ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର ସମେତ ବହୁ ସରକାରୀ, ବେସରକାରୀ ଓ ପଲିଶ୍ରି ମେଳା ଷ୍ଟଲମାନ ଖୋଲାଯାଇଛି।

Post Views2 Total Count

Apply Now


This will close in 0 seconds

error: Content is protected !!