ରାଜ୍ୟରେ ଖୁବଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଆଯାଇପାରେ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯିବ । ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଉପର ମୁହାଁ ପାରଦ । ରେକର୍ଡ ଭାଙ୍ଗୁଛି ତାତି । ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଛୁଇଁଲା ପାରଦ । ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝର ୩୬.୪ ଏବଂ ସମ୍ବଲପୁର ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲା ୩୫.୪, ହୀରାକୁଦ ଓ ଚାନ୍ଦବାଲି ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଲ୍ଲାରେ ନିଆଁ ବର୍ଷିବ ।

