ଆଟଲାଣ୍ଟିକ୍ ମହାସାଗରରେ ଓହ୍ଲାଇଲେ ସୁନୀତା

ଆଟଲାଣ୍ଟିକ୍ ମହାସାଗରରେ ଓହ୍ଲାଇଲେ ସୁନୀତା । ଆସିଲା ପହଞ୍ଚିବାର ନିଆରା ଭିଡିଓ । ୯ ମାସ ତଳେ ବୋଇଂର ବିଫଳ ପରୀକ୍ଷଣ ଉଡ଼ାଣରୁ ଆରମ୍ଭ ହୋଇଥିବା ଏକ ଅପ୍ରତ୍ୟାଶିତ ଲମ୍ବା ଅଭିଯାନ ଶେଷ କରି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ମଙ୍ଗଳବାର ସ୍ପେସ୍ଏକ୍ସ କ୍ୟାପସୁଲରେ ପୃଥିବୀକୁ ଫେରୁଛନ୍ତି ।

ତାଙ୍କ ସହ ନାସାର ମହାକାଶଚାରୀ ନିକ୍ ହେଗ୍ ଓ ରୁଷ୍‌ର ମହାକାଶଚାରୀ ଆଲେକ୍‌ଜାଣ୍ଡର ଗୋର୍ବୁନୋଭ ମଧ୍ୟ ଫେରୁଛନ୍ତି । ହେଗ୍ ଓ ଗୋର୍ବୁନୋଭ ସେପ୍ଟେମ୍ବରରେ କ୍ରୁ ଡ୍ରାଗନ୍ କ୍ରାଫ୍ଟରେ ଆଇଏସ୍ଏସ୍‌କୁ ଉଡ଼ାଣ ଭରିଥିଲେ ।

ହେଲେ ନିର୍ଦ୍ଧାରିତ ସମୟରେ ଫେରିପାରିନଥିଲେ। ଅନେକ ଦିନର ପରୀକ୍ଷଣ ଓ ଚେଷ୍ଟା ପରେ ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଆସିଛନ୍ତି ସୁନୀତା ଓ ସାଥୀ। ଆଟଲାଣ୍ଟିକ୍ ଓସେନରେ ଲ୍ୟାଣ୍ଡ କରିଛି ତାଙ୍କ ନେଇ ଫେରିଥିବା ସ୍ପେସ୍ ଏକ୍ସ । ଆଉ ଏହାର ଭିଡିଓ ସାରା ବିଶ୍ବକୁ ଖୁସି କରିଛି।

Post Views23 Total Count

Apply Now


This will close in 0 seconds

error: Content is protected !!