ଜଷ୍ଟିସ୍‌ ବି.ଆର୍‌. ଗଭାଇ ଭାରତର ପରବର୍ତ୍ତୀ CJI

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ ଗଭାଇ ପରବର୍ତ୍ତୀ ସିଜେଆଇ ହେବେ ବୋଲି ବିଶ୍ୱାସ କରାଯାଉଛି। ତେବେ ସେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ ଖାନ୍ନା ନଭେମ୍ବର ୨୦୨୪ରେ ସିଜେଆଇ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଜଷ୍ଟିସ ଖାନ୍ନା ଅବସର ନେଉଛନ୍ତି।
ଜଷ୍ଟିସ ଗଭାଇ କିଏ?

ଜଷ୍ଟିସ ଗଭାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗଭାଇ, ଯିଏ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିଲେ। ସେ ନଭେମ୍ବର ୧୨, ୨୦୦୫ରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି।

Post Views26 Total Count

Apply Now


This will close in 0 seconds

error: Content is protected !!