ଖୋଲିଲା ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପର ସୁଦୀର୍ଘ ସୁଡ଼ଙ୍ଗ

ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶରେ ନୂଆ ଫର୍ଦ୍ଧ ଯୋଡି ହୋଇଛି। ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ ୪ ହଜାର ୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଟନେଲ୍ ଟି-୪ର ଆଜି ସଫଳ ଭାବେ ବ୍ରେକ ଥ୍ରୁ କାର୍ଯ୍ୟ କରାଯାଇଛି। ଏହି ଟନେଲ୍ ବୌଦ୍ଧ ଜିଲ୍ଲାର ଆଢେଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ ଏବଂ ଏହି କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ହୋଇଛି। ଏହି ଟନେଲ୍ କେବଳ ଏହି ପ୍ରକଳ୍ପରେ ନୁହେଁ ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡ଼ଙ୍ଗ ଭାବେ ଇତିହାସ ରଚିଛି। ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଥିଲା।

ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦାର୍ଘ୍ୟ ୩୦୧ କିଲୋମିଟର ଅଟେ ଯାହାକି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି। ଏହି ପ୍ରକଳ୍ପରେ ୭୫ କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ। ଏହି ସୁଡ଼ଙ୍ଗଗୁଡ଼ିକର ବିଶେଷକରି ପୂର୍ବଘାଟର କଷ୍ଟକର ଭୂଖଣ୍ଡ ଦେଇ ନିର୍ମାଣ କାର୍ଯ୍ୟ ପ୍ରକଳ୍ପର ସବୁଠାରୁ ଜଟିଳ ଦିଗ ମଧ୍ୟରୁ ଗୋଟିଏ। ଏହି ପ୍ରକଳ୍ପରେ ଗୋଟିଏପଟେ ଖୋର୍ଦ୍ଧା ରୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟ ପଟେ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୨୨୬ କି.ମି. ଅଂଶ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ଅବଶିଷ୍ଟ ୭୫ କି.ମି. ଅଂଶ ଯାହା ମଧ୍ୟରେ ୭ଟି ଟନେଲ୍ ରହିଛି, ବର୍ତ୍ତମାନ ନିର୍ମାଣଧୀନ ଅଛି।

Post Views6 Total Count

Apply Now


This will close in 0 seconds

error: Content is protected !!