ପୁଣି ସ୍ଥାପନ ହେଲା ମଗର କୁଣ୍ଡ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମେଘନାଦ ପାଚେରୀରୁ ଭଙ୍ଗା ଯାଇଥିବା ମଗର ମୁଣ୍ଡ ପୁଣି ଥରେ ସ୍ଥାପନ କରାଯାଇଛି । ଗତ ୩ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ମେଘନାଦ ପାଚେରୀରେ ଥିବା ଏହି ମଗର ମୁଣ୍ଡକୁ ଭଙ୍ଗା ଯାଇଥିଲା ।

ପ୍ରାଚୀରର ବହୁ ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗି ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଥିଲା । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା । ଏହାକୁ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ କରାଯିବା ପରେ ମଗର ମୁଣ୍ଡକୁ ପୁନଃ ସ୍ଥାପନା କରାଯାଇଛି l

ମେଘନାଦ ପାଚେରୀ ସବୁବେଳେ ମନ୍ଦିରକୁ ସୁରକ୍ଷା ଦେଇ ଆସୁଥିବା ବିଶ୍ୱାସ ରହିଛି l ଏହି ସୁରକ୍ଷିତ ପ୍ରାଚୀରରେ ଥିବା ଅନେକ ପୁରାତନ କଳା ଭାସ୍କର୍ଯ୍ୟ ବେଶ ସୌନ୍ଦର୍ଯ୍ୟମୟ ହୋଇଥିବା ବେଳେ ଚିତାକର୍ଷକ ମଧ୍ୟ l ଏହାକୁ କିପରି ସଂରକ୍ଷିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ରାଧାବଲ୍ଳଭ ମଠ ମହନ୍ତ ଓ ବୁଦ୍ଧିଜୀବୀ କହିଛନ୍ତି ।

Post Views2 Total Count

Apply Now


This will close in 0 seconds

error: Content is protected !!