ଏଓଏମ୍‌ଏଫ୍‌ଡିଏ ଅଭ୍ୟୁଦୟ 2025 କାର୍ଯ୍ୟକ୍ରମ ଅନୁଷ୍ଠିତ

ଏଓଏମ୍‌ଏଫ୍‌ଡିଏ ଅଭ୍ୟୁଦୟ 2025 କାର୍ଯ୍ୟକ୍ରମ, ଅଲ୍‌ ଓଡ଼ିଶା ମ୍ୟୁଚୁଆଲ୍‌ ଫଣ୍ଡ୍‌ ଡିଷ୍ଟ୍ରିବ୍ୟୁଟର୍ସ୍‌ ଅସୋସିଏସନ୍‌ ତରଫରୁ ଏବଂ ଆଦିତ୍ୟ ବିର୍ଲା ସନ୍‌ ଲାଇଫ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ସହଯୋଗରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଶୁକ୍ରବାର, ଅପ୍ରେଲ୍‌ 25, 2025 ରେ ଭୁବନେଶ୍ୱର ସ୍ଥିତ ହୋଟେଲ୍‌ ଭିଭାନ୍ତା ରେ ଅନୁଷ୍ଠିତ ହୋଇଥିଲା ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା 300 ରୁ ଅଧିକ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଡିଷ୍ଟ୍ରିବ୍ୟୁଟର୍‌ ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଏବଂ କଟକ ସହିତ ଅନ୍ୟାନ୍ୟ ସ୍ଥାନରୁ ଡିଷ୍ଟ୍ରିବ୍ୟୁଟର୍‌ମାନେ ଏହି ଗୁରୁତ୍ୱପୂର୍ଣ୍ଣ ଆୟୋଜନରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଆଦିତ୍ୟ ବିର୍ଲା ସନ୍‌ ଲାଇଫ୍‌ ଏଏମ୍‌ସି ଲିମିଟେଡ୍‌ର ଏମ୍‌ଡି ଏବଂ ସିଇଓ Mr. A. Balasubramanian ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପର ଭବିଷ୍ୟତ ଗତିପଥ ବିଷୟରେ ମୂଲ୍ୟବାନ ଅନୁଭୂତି ସେୟାର୍‌ କରିଥିଲେ। ଆଗାମୀ 25-30 ବର୍ଷ ପାଇଁ ତାଙ୍କର ଆଶାବାଦୀ ଦୃଷ୍ଟିକୋଣ ଏହି ଶିଳ୍ପର ବିକାଶ ଏବଂ ନବୋତ୍ଥାନର ସମ୍ଭାବନାକୁ ଉଦ୍‌ଘାଟିତ କରିଥିଲା।

ଏଓଏମ୍‌ଏଫ୍‌ଡିଏର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ମହାପାତ୍ର ତାଙ୍କର ଉତ୍ତମ ବକ୍ତୃତା ମାଧ୍ୟମରେ ଏସୋସିଏସନ୍‌ର ଦୃଷ୍ଟିକୋଣ, ଏବଂ ଓଡ଼ିଶାର ମ୍ୟୁଚୁଆଲ୍‌ ଫଣ୍ଡ୍‌ ଡିଷ୍ଟ୍ରିବ୍ୟୁଟର୍‌ମାନଙ୍କ ପାଇଁ ଏକ ନେତୃତ୍ୱଦାୟୀ ମଞ୍ଚ ଭାବେ ତାହାଙ୍କର ଭୂମିକା ବିଷୟରେ ଆଲୋକ ପାତ କରିଥିଲେ। ସେ ବୃହତ ଭାବରେ ବ୍ୟବସାୟରେ ପେଶାଦାରିତା ଏବଂ ନୀତିଗତ ଅଭିକଳ୍ପନା ଆଣି ବ୍ୟକ୍ତିଗତ ଏବଂ ପରିବାରିକ ଆର୍ଥିକ ଲକ୍ଷ୍ୟ ପ୍ରାପ୍ତିକୁ ସହଯୋଗ କରିବା ଦିଗରେ ଏସୋସିଏସନ୍‌ର ନିବେଦନ ଉପସ୍ଥାପନ କରିଥିଲେ।

ସମିତିର ସଚିବ ଶ୍ରୀ Purnendu Ray ମଧ୍ୟ ଏହି ଉଦ୍‌ବୋଧନାତ୍ମକ କାର୍ଯ୍ୟକ୍ରମରେ ତାଙ୍କର ଦୃଷ୍ଟିଭଙ୍ଗୀ ଅବତାରଣ କରିଥିଲେ। Learn, Lead, Leap ଏହି ମୂଖ୍ୟ ଉଦ୍ଦେଶ୍ୟକୁ ନେଇ ଯୋଜିତ ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚା ଏବଂ ଉପସ୍ଥାପନ ମାଧ୍ୟମରେ ତାହାକୁ ପ୍ରାଣ ବାଣ୍ଟି ଦିଆଯାଇଥିଲା

ଏଓଏମ୍‌ଏଫ୍‌ଡିଏ ଉପାଧ୍ୟକ୍ଷ Mr Trinath Lenka ଜଣାଇଥିଲେ ଯେ ବିଶ୍ୱ ଆର୍ଥିକ ସ୍ୱାଧୀନତା ଜାଗରଣ ଦିବସରେ ଓଡ଼ିଶାର ଡିଷ୍ଟ୍ରିବ୍ୟୁଟର୍‌ମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଆର୍ଥିକ ସିକ୍ଷା ପ୍ରଚାରରେ ଅବଦାନ ରଖିବେ, ଏବଂ ‘ବିକସିତ ଭାରତ 2047’ ର ଲକ୍ଷ୍ୟ ପ୍ରାପ୍ତିରେ ଭାଗ ନେବେ। ଏସୋସିଏସନ୍‌ ପକ୍ଷରୁ ନିୟମିତ ଭାବେ ଆୟୋଜନ କରାଯିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ଆକର୍ଷଣ ଥିଲେ ପ୍ରସିଦ୍ଧ ପ୍ରେରଣାଦାୟକ ବକ୍ତା Dr. Radhakrishnan Pillai। ଆପଦ ସମୟରେ ମନୋବଳ କିପରି ରଖିବେ ବିଷୟରେ ତାଙ୍କର ବ୍ୟାଖ୍ୟାନ ଉପସ୍ଥିତ ମାନ୍ୟଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ଏବଂ ସେମାନଙ୍କୁ ଆଗାମୀ ଅବସରଗୁଡ଼ିକୁ ସ୍ୱୀକାର କରିବା ପାଇଁ ଅନୁପ୍ରେରଣା ଦେଇଥିଲା।

ଏଓଏମ୍‌ଏଫ୍‌ଡିଏ ଅଭ୍ୟୁଦୟ 2025 କେବଳ ପୂର୍ବତନ ସଫଳତାକୁ ଉତ୍ସବ ମନାଇନଥିଲା, ବରଂ ଓଡ଼ିଶାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବିତରଣ କ୍ଷେତ୍ରରେ ଗତିଶୀଳ ଏବଂ ଗୁଣାତ୍ମକ ବିକାଶ ପାଇଁ ଏକ ଦୃଢ଼ ଏବଂ ଆଗୁଆ ଏଜେଣ୍ଡା ନିର୍ଦ୍ଧାରଣ କରିଥିଲା।

Post Views6 Total Count

Apply Now


This will close in 0 seconds

error: Content is protected !!