୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି

ଲୋକସେବା ଭବନରେ ନିକଟରେ ନିଯୁକ୍ତ ହୋଇଥିବା ୧୬ ଜଣ ଯୁଗ୍ମ ସଚିବ, ଆଇଏଏସ୍ ଅଫିସରମାନଙ୍କୁ ଓଡ଼ିଶା ସରକାର ଅତିରିକ୍ତ ସଚିବ ପଦବିରେ ଅବସ୍ଥାପିତ କରିଛନ୍ତି। ଏନେଇ ଗତକାଲି (ମେ’ ୧୫) ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଧରମ ହାଂସଦା, ରୀନା ମହାପାତ୍ର, ଲିଲି କୁମାରୀ କୁଲୁ, ଅରାଧନା ଦାସଙ୍କୁ ପଦ‌ୋନ୍ନତି ମିଳିଛି। ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନରହରି ସେଠୀ, ମଧୁମିତା ରଥ, ଦେବାଶିଷ ସିଂ, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପ୍ରୁଷ୍ଟି, ସ୍ୱୟଂ ପ୍ରଭା ମହାନ୍ତି, ସୁଦାମ ଚରଣ ମଣ୍ଡଳ ଏବଂ ଗିରିଶ ଚନ୍ଦ୍ର ସିଂହଙ୍କୁ ସରକାରଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଧରମ ହାଂସଦା, ରୀନା ମହାପାତ୍ର, ଲିଲି କୁମାରୀ କୁଲୁ, ଅରାଧନା ଦାସଙ୍କୁ ପଦ‌ୋନ୍ନତି ମିଳିଛି। ସେହିପରି ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନରହରି ସେଠୀ, ମଧୁମିତା ରଥ, ଦେବାଶିଷ ସିଂ, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପ୍ରୁଷ୍ଟି, ସ୍ୱୟଂ ପ୍ରଭା ମହାନ୍ତି, ସୁଦାମ ଚରଣ ମଣ୍ଡଳ ଏବଂ ଗିରିଶ ଚନ୍ଦ୍ର ସିଂହଙ୍କୁ ସରକାରଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି।

୨୦୨୫ ମସିହା ଅପ୍ରେଲ ୧୦ ତାରିଖରେ, ଓଡ଼ିଶା ସରକାର ଉପରୋକ୍ତ ଅଫିସରମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆଇଏଏସ୍ କ୍ୟାଡରକୁ ପଦୋନ୍ନତି ହେବା ପରେ ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଥିଲେ। ଏହି ଅଧିକାରୀମାନେ କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଖାଲି ପଦ ବିରୁଦ୍ଧରେ ଓଡ଼ିଶା ରାଜ୍ୟ ସିଭିଲ ସର୍ଭିସ (ଏସସିଏସ)ରୁ ଆଇଏଏସ୍ କ୍ୟାଡରକୁ ପଦୋନ୍ନତି ପାଇଥିଲେ।

Post Views6 Total Count

Apply Now


This will close in 0 seconds

error: Content is protected !!