ଭୁଜିଆ ପ୍ୟାକେଟ୍ ପାଇଁ ଗଣିଲେ ଲକ୍ଷେ ଟଙ୍କା । ଏହି ଜୋରିମାନା ଦେଇଛି ରାୟଗଡ଼ା ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟ । ସପିଂ ମଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଅବଧି ଶେଷ ହୋଇଥିବା ଜଣାପଡ଼ିବା ପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ।
ସୂଚନା ଅନୁସାରେ, ସଂଗ୍ରାମ ପଟ୍ଟନାୟକ ନାମକ ଜଣେ ଗ୍ରାହକ ଚଳିତ ମାସ ୧୪ ତାରିଖ ଦିନ ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟରୁ ୧ହଜାର ୪୬୩ ଟଙ୍କାର ଜିନିଷ କିଣିଥିଲେ । ଗ୍ରାହକ ଜଣକ ଏକ ଭୁଜିଆ ପ୍ୟାକେଟ୍ ନେଇଥିଲେ, ଯାହାର ଏକ୍ସପାୟାରି ସରିଯାଇଥିଲା ।
ତେବେ ପରବର୍ତ୍ତୀ ସମୟରେ ବିଲ୍ ସହ ଭୁଜିଆ ପ୍ୟାକେଟକୁ ନେଇ ମଲକୁ ଯାଇଥିଲେ, ହେଲେ ମାର୍ଟର ମ୍ୟାନେଜର ଏହାକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ ଯେ ସେହି ଭୁଜିଆ ପ୍ୟାକେଟ୍ ତାଙ୍କ ମଲର ନୁହେଁ । ଏହା ପରେ ମାମଲା ରୁଜୁ ପରେ ଜରିମାନା ଗଣିଛି ମଲ୍।

