ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ

ଫେରିଲା କରୋନା, ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ଏବେ କ୍ବାରେଣ୍ଟାଇନରେ ଥିବା ସୂଚନା ।

ସେପଟେ ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଜେଏନ୍‌ ଡଟ୍‌ ୱାନ୍‌ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ମେ ୨୦ ତାରିଖରେ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି ।

ସୂଚନା ମିଳିଛି ରୋଗୀଙ୍କ ନିକଟରେ ସାଧାରଣ ଲକ୍ଷଣ ଦେଖାଦେଉଛି । ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି  । ସୂଚନା ଅନୁସାରେ ସିଙ୍ଗାପୁରରେ କରୋନାର ପ୍ରଜାତି ଜେଏନ୍‌ ଡଟ୍‌ ୱାନ୍‌ର ଦୁଇଟି ପ୍ରଜାତି ଏଲ୍‌ ଏଫ୍‌ -୭ ଓ ଏନ୍‌ବି -୧.୮ରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ଏଲ୍‌ଏଫ୍‌ ଡଟ୍‌ ସେଭେନ୍‌ ଓମିକ୍ରନ୍‌ର ଏକ ଉପପ୍ରଜାତି ।ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା ।  ଥଣ୍ଡା  ଥକାପଣ ପରି ଲକ୍ଷଣ ପ୍ରକାଶ ପାଉଛି । ସେହିପରି ଏନ୍‌ବି ୱାନ୍‌ ଉପପ୍ରଜାତି ଆମେରିକା, ୟୁରୋପ, ଏସିଆ ଦେଶରେ ଅଧିକ ପ୍ରଭାବ ବିସ୍ତାର କରୁଛି  ।

 

Post Views27 Total Count

Apply Now


This will close in 0 seconds

error: Content is protected !!