ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSEର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟର ରେଜଲ୍ଟ ପ୍ରକାଶ ପାଇଛି। ଏକାସଙ୍ଗେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ବାହାରିଛି। results.odisha.gov.in ଓ results.digilocker.gov.inରେ ଛାତ୍ରଛାତ୍ରୀମାନେ ଫଳାଫଳ ଦେଖିପାରିବେ। CHSEର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।

 

 

 

 

ଚଳିତ ବର୍ଷ ପାସ ହାର ୮୨.୭୭ ପ୍ରତିଶତ ରହିଛି। ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର୍ ୮୭.୨୪% ଥିବା ବେଳେ ପୁଅଙ୍କ ପାସ୍ ହାର୍ ୭୭.୮୮% ରହିଛି। ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କଳାରେ ପାସ ହାର ୮୦.୫୧% ରହିଥିବା ବେଳେ ବିଜ୍ଞାନରେ ୮୭.୪୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ -ବାଣିଜ୍ୟରେ ୮୩.୨% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ -ଧନ୍ଦାମୂଳକରେ ୬୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

Post Views16 Total Count

Apply Now


This will close in 0 seconds

error: Content is protected !!