ନୂଆ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ୱ

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍ । ବିସିସିଆଇ ସାମ୍ୱାଦିକ ସମ୍ମିଳନୀ କରି ୧୮ ଜଣିଆ ଟିମ୍ ଘୋଷଣା କରିଛି । ଏଥିରେ ନୂଆ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଇଉ ଅଧିନାୟକ ଭାବେ ଋଷଭ ପନ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନ ଓ ଅର୍ଶଦୀପ ସିଂଙ୍କୁ ପ୍ରଥମଥର କରି ଟେଷ୍ଟ ଟିମରେ ସ୍ଥାନ ମିଳିଛି । ବହୁ ବର୍ଷ ପରେ କରୁଣ ନାୟର ବି ଟେଷ୍ଟ ଟିମକୁ ଫେରିଛନ୍ତି ।

ଏହାସହ ଆହତ କାରଣରୁ ମହମ୍ମଦ ସାମିଙ୍କୁ ଦଳରୁ ବାଦ ଦିଆଯାଇଛି । ଶ୍ରେୟାସ ଆୟରଙ୍କୁ ବି ଦଳରେ ସ୍ଥାନ ମିଳିନି । ସେହିପରି ସର୍ଫରାଜ ଖାନକୁ ବି ଡ୍ରପ କରାଯାଇଛି । ହେଲେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସ୍ଥାନ ମିଳିଛି । ବିସିସିଆଇ ହେଡକ୍ୱାର୍ଟରରେ ଚୟନକର୍ତ୍ତାଙ୍କ ଏକ ଟିମ୍ ଏହି ଘୋଷଣା କରିଛନ୍ତି ।

Post Views2 Total Count

Apply Now


This will close in 0 seconds

error: Content is protected !!