ମହୁମାଛି ଆକ୍ରମଣରେ ପୋଲିସ କର୍ମଚାରୀ ଆହତ

ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ନଜରକୁ ଆସିଛି । ଆଜି ଅପରାହ୍ନ ୩ଟା ସମୟରେ ଉଜ୍ଜୟିନୀର ମାକ୍ସି ରୋଡରେ ଅବସ୍ଥିତ ପୋଲିସ ତାଲିମ ବିଦ୍ୟାଳୟରେ ଘଟିଛି ଅଘଟଣ ।

ମହୁମାଛିମାନେ ହଠାତ୍ ପୋଲିସ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କରିଥିଲେ ଆକ୍ରମଣ । ଏହି ଘଟଣାରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୬ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଏହି ଘଟଣାର ଆହତ ହୋଇଛନ୍ତି । ସେମାନଙ୍କର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ସୂଚନା ଅନୁସାର ଘଟଣାଟି ଅପରାହ୍ନ ୩ଟାରେ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ତାଲିମ ବିଦ୍ୟାଳୟର ପ୍ରଶାସନିକ କୋଠା ବାହାରେ ଏକ ମହୁମାଛି ଥିଲା । ପ୍ରବଳ ପବନ ହେତୁ ଗଛର ଏକ ଡାଳ ମହୁମାଛି ଉପରେ ବାଜି ଯାଇଥିଲା । ଫଳରେ ମହୁମାଛି ସମଗ୍ର କ୍ୟାମ୍ପସରେ ବ୍ୟାପିଯାଇଥିଲା । ମହୁମାଛିମାନେ ହଠାତ୍ କ୍ଲାସରେ ଯୋଗ ଦେବାକୁ ଯାଉଥିବା ପୋଲିସ ଅଧିକାରୀ ଏବଂ ଜବାନଙ୍କ ଉପରେ ଆକ୍ରମଣ କରିଥିଲେ ।

Post Views6 Total Count

Apply Now


This will close in 0 seconds

error: Content is protected !!