ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣା

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ଶୁକ୍ରବାର ସକାଳ ୯ଟା ୧୫ରେ ବାରଙ୍ଗ ଷଣ୍ଢପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଙ୍କୀ ରାସ୍ତାରେ ଭୁବନେଶ୍ଵର ଯାଉଥିଲେ। ଷଣ୍ଢପୁର ଛକରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହ ମନ୍ତ୍ରୀଙ୍କ କାର୍ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡି ପୁଲିସ ପହଞ୍ଚି ମନ୍ତ୍ରୀଙ୍କୁ ଅନ୍ୟ ଗାଡ଼ିରେ ପଠାଇବା ସହିତ ହାଇୱାକୁ ଫାଣ୍ଡିରେ ଅଟକ ରଖି ତଦନ୍ତ କରୁଛି।

Post Views15 Total Count

Apply Now


This will close in 0 seconds

error: Content is protected !!