ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ୍ ସଂଘ

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜିଦ୍‌ରେ ଅଟଳ ଓଏଏସ୍ ସଂଘ । ଆଜି ସଂଘ ଏକ ବୈଠକ କରି ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି । ସେମାନଙ୍କର ଦାବି ହେଉଛି, ଅଫିସରଙ୍କୁ ସୁରକ୍ଷା ଦିଆଯାଉ ।

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଏବଂ ସର୍ବୋପରି ରାଜ୍ୟ ସରକାର ଘଟଣାକୁ ନିନ୍ଦା କରନ୍ତୁ ବୋଲି ଦାବି ରଖିଛି ଓଏଏସ୍ ସଂଘ । ମାଡ଼ ଘଟଣା ପରେ ସମୂହ ଛୁଟିରେ ଅଛନ୍ତି ଓଏଏସ୍ ଅଧିକାରୀ ।ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ନିନ୍ଦା କରାଯାଇଛି ।

ଏହାର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଅଫିସ୍‌ରେ ନାହାନ୍ତି ଅଫିସର , ସବୁ ଅଫିସ୍‌ ଏବେ ଖାଁ ଖାଁ । ଦୁଇ ଦିନ ହେବ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଏଭଳି ସ୍ଥିତି । ଅଫିସ୍‌ ଆଗରେ ବିଭିନ୍ନ କାମ ପାଇଁ ଲୋକଙ୍କ ଗହଳି ଲାଗୁଛି । ମାତ୍ର ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି ।

Post Views18 Total Count

Apply Now


This will close in 0 seconds

error: Content is protected !!