ଖୁବଶୀଘ୍ର ବନ୍ୟା କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ। କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିଛି । ଫସଲ ନଷ୍ଟ ଓ ରିଲିଫ୍ ବାବଦକୁ କ୍ଷତିପୂରଣ ଜିଲ୍ଲାପାଳମାନଙ୍କୁ ପଠାଯାଇଛି। ପାଣି ବିଶୋଧନ ଅର୍ଥ ବି ପଠାଯାଇଛି। ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଜିଲ୍ଲାପାଳଙ୍କୁ ଦିଆଯାଇଛି। ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ଖୁବଶୀଘ୍ର କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ। ଏନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ରାଜସ୍ଵ ମନ୍ତ୍ରୀ କହିଛନ୍ତି, ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪ ହଜାର ୬୯୭ ଟଙ୍କା, ଯାଜପୁର ପାଇଁ ୩ କୋଟି ୪୫ ଲକ୍ଷ ୯୩ ହଜାର ୨୯୦ ଟଙ୍କା, ମୟୂରଭଞ୍ଜ ପାଇଁ ୬୭ ଲକ୍ଷ ୪୮ ହଜାର ୧୪୮ ଟଙ୍କା, ଭଦ୍ରକ ପାଇଁ ୫୧ ଲକ୍ଷ ୩୧ ହଜାର ୮୨୦ ଟଙ୍କା ଓ କେନ୍ଦୁଝର ପାଇଁ ୨ ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚq ହୋଇଛି। ସମୁଦାୟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ଦିଆଯାଇଛି। ସେହିପରି ଆଉ ଗୋଟେ ଲଘୁଚାପ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବଡ଼ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ସମ୍ଭାବନା ରହିଛି। ସେଥିପାଇଁ ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି। ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Post Views15 Total Count

Apply Now


This will close in 0 seconds

error: Content is protected !!