ସିଲଭର ସହରରେ ଖୁବ୍ ଶୀଘ୍ର ହେବ ନିଜସ୍ୱ ଏକ ବିମାନବନ୍ଦର !

ସିଲଭର ସହର ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର ତିଆରି ହୋଇପାରେ । ଏନେଇ କଟକର ସାଂସଦ ଭତୃହରି ମହତାବ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ କହିଥିଲେ।

ଖବର ଅନୁସାରେ ସାଂସଦ କହିଛନ୍ତି କଟକରେ ଏକ ବିମାନବନ୍ଦର ଆରମ୍ଭ କରିବା ଆବଶ୍ୟକତା ରହିଛି । ସେ ଚାରବାଟିଆ ବାୟୁସେନା ଘାଟିର ଆଧୁନିକୀକରଣ ଏବଂ ବିକାଶ ବିଷୟରେ କଥା ହୋଇଥିଲେ । ଭର୍ତ୍ତୃହରି ମହତାବ ସୂଚନା ଦେଇଥିଲେ ଯେ ଚାରବାଟିଆ ବାୟୁସେନା ଘାଟି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଅଛି ଏବଂ କଟକ ସହରର ଉପକଣ୍ଠ ଚୌଦ୍ୱାରରେ ଅବସ୍ଥିତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବାୟୁସେନା ଘାଟି ବ୍ୟବହାର କରାଯାଇଥିଲା।

ଏହି ବାୟୁସେନା ଘାଟିକୁ ଏବେ କାର୍ଗୋ ଏବଂ ବେସାମରିକ ବିମାନ ଉଭୟ ପାଇଁ ବିକଶିତ ଏବଂ ବ୍ୟବହାର କରାଯାଇପାରିବ ।

Post Views2 Total Count

Apply Now


This will close in 0 seconds

error: Content is protected !!