ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ

ରାଷ୍ଟ୍ରପତି ଭବନରୁ ଆସିଛି ଦିଲ୍ଲୀ ଡାକରା । ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର।

ମୁହଁରେ ଫୁଟି ଯାଉଛି ଖିଲି ଖିଲି ହସ । ଖେଳେଇ ପକାଉଛନ୍ତି ରାଷ୍ଟ୍ରପତିଙ୍କ ପାଖରୁ ଆସିଥିବା ଫାଇଲଟିକୁ । ସବୁ କାଗଜପତ୍ର ଗୁଡିକୁ ନିରିଖେଇ ଦେଖୁଛନ୍ତି । କଣ ଆସିଛି ବୋଲି ଗାଁଟା ସାରା ଲୋକ ଦୌଡ଼ି ଆସିଛନ୍ତି ଦେଖିବାକୁ । ମନରେ ନାହିଁ ନଥିବା ଉତ୍ସାହ । ଖୁସି ହେବେନି କିପରି । ରାଷ୍ଟ୍ରପତି ଭବନରୁ ତାଙ୍କ ପାଇଁ ସ୍ୱତନ୍ତ୍ର ଚିଠି ଆସିଛି ପରା । ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସରେ ଯୋଗଦେବା ସହ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି। ସୁରୁ ତିରିଆ ଜଣେ ଗରିବ ପରିବାରର ଅବିବାହିତ ମହିଳା। ଘରର ବିଭିନ୍ନ କାର୍ଯ୍ୟ ସହ ଚାଷବାସରେ ପରିବାର ଲୋକଙ୍କୁ ସହଯୋଗ କରିଥାନ୍ତି। ରାଷ୍ଟ୍ରପତି ଭବନରୁ ଡାକଯୋଗେ ଆସିଥିବା ନିମନ୍ତ୍ରଣ ପତ୍ର ପାଇ ବେସ ଖୁସି ଅଛନ୍ତି ସୁରୁ ତିରିଆଙ୍କ ପରିବାର ଓ ଗ୍ରାମବାସୀ। ଏବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ସୁରୁ ତିରିଆ।

Post Views19 Total Count

Apply Now


This will close in 0 seconds

error: Content is protected !!