ଆର ପାରିରେ ବାଲିଗୁଡା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ

ବାଲିଗୁଡ଼ା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହାତ କରିଛି। ସେ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ଦୁଇ, ଦୁଇ ଥର ବିଧାୟକ ହେଇଥିଲେ, ମୃତ୍ୟୁ ସମୟରେ ତାଙ୍କ ପ୍ରାୟ ତେପନ ବର୍ଷ ବୟସ ହେଇଥିଲା । କରେନ୍ଦ୍ର ମାଝୀ ଙ୍କ ମୃତ୍ୟୁ ଦୁଃଖଦ ଖବର ଶୁଣିବା କ୍ଷଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାତି 12 ଟା ରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଗତସିଂପୁର ସାଂସଦ ବିଭୂ ତରାଇ, ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ଜୟନ୍ତୀ ପଢ଼ିଆରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ପାରିବାର ବର୍ଗ କୁ ସମବେଦନା ଜଣାଇଛନ୍ତି। ସୋମବାର ସକାଳ ୭ ଟା ସମୟ ରେ ବିଧାନସଭା ପରିସର ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ୮ ଟା ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି କରେନ୍ଦ୍ରମାଝୀ ଙ୍କ ମୃତ୍ୟୁ ଶରୀର। ୯ଟା ରେ ସେଠାରୁ ବାହାରି ନିଜ କଳିଙ୍ଗ ନଗର ବାସ ଭବନ ରେ ଶେଷ ଦର୍ଶନ ପରେ। ୧୦ଟା ରେ କନ୍ଧମାଳ ଜିଲ୍ଲା ଅଭିମୁଖେ ଯିବ। ନୟାଗଡ଼ – ଦଶପଲ୍ଲା ହୋଇ ଫୁଲବାଣୀରେ ପହଞ୍ଚିବ ସେଠାରେ କନ୍ଧମାଳ ଜିଲ୍ଲା ର ବରିଷ୍ଠ ନେତା ମାନେ ଶେଷ ଦର୍ଶନ ପରେ ବାଲିଗୁଡ଼ା ଅଭିମୁଖେ ନିଆ ଯିବ । ମଧ୍ୟାହ୍ନ ୨ ଟା ରେ ଫୁଲବାଣୀ । ୩ଟା ରେ ସାରଙ୍ଗଗଡ,୩.୩୦ ରେ କ. ନୂଆଗାଁ,୪ ଟା ରେ ବାଲିଗୁଡ଼ା ରେ କିଛି ସମୟ ରହିବା ପରେ କୁର୍ତ୍ତମଗଡ,ତୁମୁଡ଼ିବନ୍ଧ ହୋଇ ନିଜ ଗ୍ରାମ ଗୁମା କୁ ନେଇ ଦାହ କରା ଯିବ ବୋଲି ସୂଚନା ମିଳିଛି। ଏ ନେଇ କନ୍ଧମାଳ ରେ ଏକ ଶୋକ ର ଛାୟା ଦେଖିବା କୁ ମିଳିଛି ।

Post Views9 Total Count

Apply Now


This will close in 0 seconds

error: Content is protected !!