ମହାର୍ଘ୍ୟ ମୁହୂର୍ତ୍ତରେ ଇଷ୍ଟଦେବୀଙ୍କୁ ଲାଗିହେଲା ନବାନ୍ନ

ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ। ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି କରାଯାଇଛି । ନବାନ୍ନ ଲାଗି ସମୟରେ ମାଆଙ୍କୁ ନୂଆ ଧାନରେ ଅନ୍ନ ଲାଗି କରାଯିବା ସହ ମହାଆଳତି ମଧ୍ୟ କରାଯାଇଥିଲା । ସେହିଭଳି ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି ।

ଗୁରୁବାର ପବିତ୍ର ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା ଏବର୍ଷ ତୁଳା ଲଗ୍ନ, ମକର ନବାଂଶରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଅର୍ପଣ କରାଯାଇଥିଲା । ଏହାପରେ ପାର୍ଶ୍ୱ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଖାଇବେ । ନବାନ୍ନ ପ୍ରସ୍ତୁତି ନିମନ୍ତେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ୫ଦିନ ତଳୁ ନୂଆଁ ସରିଆ ଧାନ ପହଞ୍ଚି ସାରିଥିଲା ।

ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ ଆସି ପହଞ୍ଚି ସାରିଛନ୍ତି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି ।

Post Views2 Total Count

Apply Now


This will close in 0 seconds

error: Content is protected !!