ରାମବନରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା

ଗତ କିଛି ଦିନ ହେବ ଦେଶର ବିଭିନ୍ନ ‌ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଏହା ଫଳରେ ଅନେକ ରାଜ୍ୟରେ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ହିମାଚଳପ୍ରଦେଶରେ ଭୂସ୍ଖଳନ ତାଣ୍ଡବ ରଚୁଛି। ଏହି ୩ଟି ସ୍ଥାନରେ ବାଦଲ ଫଟା ବର୍ଷା ଲୋକଙ୍କ ପାଇଁ କାଳ ପାଲଟିଛି। ବାଦଲ ଫଟା ବର୍ଷା ପାଇଁ ବନ୍ୟା ହେବା ସହ ଭୂସ୍ଖଳନ ହେଉଥିବାରୁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଗଲାଣି। କିଛି ଦିନ ତଳେ ଜମ୍ମୁ-କଶ୍ମୀରର କିସ୍ତୱାଡ ଓ ଡୋଡାରେ ବାଦଲ ଫଟା ବର୍ଷା ପାଇଁ ହୋଇଥିବା ବନ୍ୟାରେ ଏକାଧିକ ଲୋକଙ୍କ ଜୀବନ ଯାଇଥିଲା। ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବାରୁ ସେମାନଙ୍କ ପତ୍ତା ମିଳିନଥିଲା।

ଏବେ ରାମବନରେ ବାଦଲ ଫଟା ବର୍ଷା ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ୩ଜଣଙ୍କର ଜୀବନ ଯାଇଥିବା ବେଳେ ୨ଜଣ ନିଖୋଜ ଥିବା କୁହାଯାଉଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏକ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଛି। ଏହି ଘଟଣାରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାମବନ, ଜମ୍ମୁ, ପୁଞ୍ଚ, କିସ୍ତୱାଡ଼ ଏବଂ ଉଧମପୁର ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଏବେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଗତ କିଛି ଦିନ ଧରି ଜମ୍ମୁ ଏବଂ କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି, ଯାହାଦ୍ୱାରା ସେଠାରେ ରହୁଥିବା ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଭଳି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେଉଥିବାରୁ ପ୍ରଶାସନ ଜମ୍ମୁ ଡିଭିଜନର ସମସ୍ତ ସ୍କୁଲଗୁଡ଼ିକୁ ଅଗଷ୍ଟ ୩୦ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ କରାଯାଇପାରିବ କି ନାହିଁ ତାହା ନିଶ୍ଚିତ କରିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି

Post Views13 Total Count

Apply Now


This will close in 0 seconds

error: Content is protected !!