ସୁଶୀଳା କାର୍କୀ ହେବେ ପ୍ରଧାନମନ୍ତ୍ରୀ !

ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ‘ଜେନ୍‌ ଜେଡ୍‌’ କାର୍ଯ୍ୟକର୍ତ୍ତାମାନେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀଙ୍କୁ ଅନ୍ତରୀଣ ସରକାରର ନେତା ଭାବେ ଚୟନ କରିଛନ୍ତି। ଏହି ନିଷ୍ପତ୍ତି ୫,୦୦୦ରୁ ଅଧିକ ଯୁବକଙ୍କ ସହଭାଗିତାରେ ଦେଶବ୍ୟାପୀ ଭର୍ଚୁଆଲ୍‌ ବୈଠକରେ ନିଆଯାଇଛି।

ଦୁର୍ନୀତି, ଖରାପ ଶାସନ ଓ ସରକାରୀ ଦମନ ନୀତି ବିରୋଧରେ ଯୁବକମାନେ କ୍ଷୁବ୍ଧ ଥିବା ବେଳେ ଦେଶରେ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଉପଯୁକ୍ତ ନେତା ଚୟନ ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରାରମ୍ଭରେ କାଠମାଣ୍ଡୁର ମେୟର ବାଲେନ ଶାହ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ। କିନ୍ତୁ ସେ ସମ୍ପର୍କ ସ୍ଥାପନ ପାଇଁ ସହଯୋଗ ନ କରିବାରୁ ସୁଶୀଳା କାର୍କୀଙ୍କୁ ଚୟନ କରାଯାଇଛି।

ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ନେପାଳ ବିଦ୍ୟୁତ୍‌ ପ୍ରାଧିକରଣର ମୁଖ୍ୟ କୁଲମାନ ଘିସିଂ, ସାଗର ଧକାଲ ଓ ହର୍କା ସମ୍ପାଙ୍ଗ ମଧ୍ୟ ଏହି ଦୌଡ଼ରେ ଥିଲେ। ତେବେ କାର୍କୀ ୨,୫୦୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ପାଇ ଶୀର୍ଷ ପ୍ରାର୍ଥୀ ହୋଇଥିଲେ।

Post Views5 Total Count

Apply Now


This will close in 0 seconds

error: Content is protected !!