ସିଲ୍ ହେଲା ଅର୍ଚ୍ଚନା ନାଗଙ୍କ ଘର

ଶୁକ୍ରବାର ଅପରାହ୍ନରେ ଇଡି ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଘରକୁ ସିଲ୍ କରିଛି । ୨୦୨୨ର ଅର୍ଥ କାରବାର ମାମଲାକୁ ନେଇ ଘର ସିଲ୍ କରାଯାଇଥିବାବେଳେ। ପୂର୍ବରୁ ଘର ଛାଡ଼ିବା ପାଇଁ ଅର୍ଚ୍ଚନାଙ୍କୁ ଇଡି ପକ୍ଷରୁ ନୋଟିସ ହୋଇଥିଲା। ତେବେ ସିଲ୍ ସମୟରେ ଅର୍ଚ୍ଚନା ପରିବାର ଲୋକେ ଏହାକୁ ବିରୋଧ କରିଥିବାରୁ ଦେଖିବାକୁ ମିଳିଛି। ଏମିତିରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ନିୟୋଜିତ ଅଛନ୍ତି।

ସୂଚନାଥାଉକି, ୨୦୨୨ରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ସେହିଭଳି ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହା ପରେ ପୋଲିସର ତଦନ୍ତକ୍ରମେ ଅକ୍ଟୋବର ୬ରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ପୋଲିସ।

ଏ ଘଟଣାରେ ସେତେବେଳେ ରାଜନୀତି ମଧ୍ୟ ଜୋର୍ ଧରିଥିଲା। ତେବେ ତଦନ୍ତରୁ ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାପରେ ଇଡି ଘଟଣାର ତଦନ୍ତ କରି ମନିଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ସେହି ବର୍ଷ ଡିସେମ୍ବର ୧୩ରେ ଗିରଫ କରିଥିଲା। ତେବେ ଗିରଫ ହେବାର ୧୪ ମାସ ପରେ ୨୦୨୩ ଡିସେମ୍ବର ୧୨ ତାରିଖରେ ଅର୍ଚ୍ଚନା ନାଗ ଝାରପଡ଼ା ଜେଲରୁ ବାହାରି ଥିଲେ।​​​​​​​

Post Views32 Total Count

Apply Now


This will close in 0 seconds

error: Content is protected !!