ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜିଙ୍କ ବିରୋଧ

ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜି ବିରୋଧ କରୁଛନ୍ତି । ନୂଆ ଅନ୍ତରୀଣ ସରକାର ଗଠନ ହେବା ମାତ୍ରେ ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଶୁଣାଯାଉଛି । ସରକାରରେ ଯୋଗ ଦେଉଥିବା ନୂତନ ମନ୍ତ୍ରୀମାନଙ୍କୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ନେପାଳର ଜେନ-ଜି ଆନ୍ଦୋଳନର ମୁଖ୍ୟ ସୁଦାନ ଗୁରୁଙ୍ଗ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ବିରୋଧରେ କଠୋର ଶବ୍ଦ ବ୍ୟବହାର କରି କହିଥିଲେ ।

ସୁଦାନ ଗୁରୁଙ୍ଗ କହିଛନ୍ତି, ମୁଁ ଯାହାଙ୍କୁ ପ୍ରଧାନମନ୍ତ୍ରୀ ଚୌକିରେ ବସାଇଛି ତାଙ୍କୁ ହଟାଇବା ପାଇଁ ମୋତେ ଅଧିକ ସମୟ ଲାଗିବ ନାହିଁ । ସୁଦାନ ଗୁରୁଙ୍ଗ ଯୁବକମାନଙ୍କୁ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ସୁଦାନ ଗୁରୁଙ୍ଗ ଏବେ ସୁଶୀଳା କାର୍କିଙ୍କ ଉପରେ କ୍ଷୁବ୍ଧ ଥିବା ପରି ମନେ ହେଉଛି ।

ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନଙ୍କ ଚୟନ ପ୍ରକ୍ରିୟାରୁ ଦୂରେଇ ରହିବାର ଅସନ୍ତୋଷ ମଧ୍ୟ ସୁଦାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ରବିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଜେନ-ଜି ଗୋଷ୍ଠୀ ସୁଶୀଳା କାର୍କିଙ୍କ ଇସ୍ତଫା ଦାବି କରିଥିଲେ ।

Post Views8 Total Count

Apply Now


This will close in 0 seconds

error: Content is protected !!