ନୂଆ ଜିଏସ୍‌ଟି ଲାଗୁପରେ ଶସ୍ତା ହେଲା ଓମଫେଡ୍ ଉତ୍ପାଦ

ଦେଶରେ ଜିଏସ୍‌ଟି ୨.୦ ଲାଗୁ। ନୂଆ ଜିଏସ୍‌ଟି ଲାଗୁ ପରେ ଶସ୍ତା ହେଲା ଅତ୍ୟାବଶ୍ୟକ ସାମଗ୍ରୀ। ପରିବର୍ତ୍ତିତ ଜିଏସ୍‌ଟି ଲାଗୁ ହେବା ଯୋଗୁ ପନିର, ଘିଅ, ଦୁଗ୍ଧ ଜାତୀୟ ସାମଗ୍ରୀ ଦର କମିଛି । ଆଜି ଓମ୍‌ଫେଡ ମଧ୍ୟ ଠାରୁ କ୍ଷୀର, ପନିର, ଘିଅର ଦର କମିଛି।

ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍‌ ଲିମିଟେଡ୍‌(ଓମଫେଡ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଓମଫେଡ୍‌ କ୍ଷୀର(୫୦୦ ମିଲି) ଦର ୩୯ ଓ ଲିଟର ପିଛା ୭୦ ଟଙ୍କା ଥିଲା । ଏଥିରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା । ହେଲେ ଏବେ ଜିଏସ୍‌ଟି ହଟିଯିବାରୁ ୨ଟଙ୍କା ଦର କମିଯାଇ ୫୦୦ ମିଲି ପିଛା ୩୭ ଓ ଲିଟର ପିଛା ୩ ଟଙ୍କା କମି ୬୭ଟଙ୍କାରେ ବିକ୍ରି ହେଉଛି । ଅଧ କିଲୋ ପନିର ୧୯୦ ଟଙ୍କା ଥିଲା ଏବେ ତାହା ୧୦ଟଙ୍କା କମି ୧୮୦ରେ ବିକ୍ରି ହେଉଛି । ପଲି ଜାର ଘିଅ ଲିଟର ପିଛା ପୂର୍ବରୁ ୭୧୦ ଟଙ୍କା ଥିଲା । ସେଥିରେ ୧୦ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା । ୫ ପ୍ରତିଶତ ଜିଏସ୍‌ଟି ହ୍ରାସ ହେବା ପରେ ପରିବର୍ଦ୍ଧିତ ଦର ୬୬୫ ଟଙ୍କାରେ ଏହା ମିଳୁଛି । ୧ ଲିଟର ଟିଣ ଘିଅର ଦର ପୂର୍ବରୁ ୭୨୦ ଟଙ୍କା ଥିବା ବେଳେ ଏବେ ୬୬୫ଟଙ୍କାରେ ବିକ୍ରି ହେଉଛି । ୧ ଲିଟର ପାଉଚ ଘିଅର ଦର ୬୬୦ ଟଙ୍କା ଥିଲା । ଆଜିଠୁ ୬୨୦ ଟଙ୍କାରେ ଉପଲବ୍ଧ ହୋଇଛି । ୫୦୦ ଗ୍ରାମ ବଟରକୁ ଖାଉଟି ୨୯୦ ଟଙ୍କାରେ କିଣୁଥିଲେ । ୫ ପ୍ରତିଶତ ଜିଏସ୍‌ଟି ଖସିବା ପରେ ଏହା ୨୭୨ଟଙ୍କାରେ ବିକ୍ରି ହେଉଛି।

Post Views32 Total Count

Apply Now


This will close in 0 seconds

error: Content is protected !!