ବନ୍ଧା ହେଲେ TPCODL ସର୍କଲ୍‌-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପୁଣି ପଡିଲେ ସରକାରୀ ଅଧିକାରୀ। ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି଼ ବସିଲା ଭିଜିଲାନ୍ସ। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣକ ହେଉଛନ୍ତି ତୁଷାରକାନ୍ତ ରାୟ।

ସୂଚନା ଅନୁସାରେ, ଗତ ୨ ମାସ ହେବ ସେ ଜଣେ ଠିକାଦାରଙ୍କ ଠାରୁ ଏକ ଆପାର୍ଟମେଣ୍ଟ ବିଲଡିଂର ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦେବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ ଏ ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଗତକାଲି ବିଳମ୍ବିତ ରାତିରେ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ସମ୍ପୃକ୍ତ ଠିକାଦାରଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲେ। ଏହା ବ୍ୟତିତ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କ କାର୍ଯ୍ୟାଳୟ ,ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଥିଲା। ତାଙ୍କ ବାସଭବନରୁ ୯,୫୩,୨୦୦/- ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରାଯାଇଥିଲା।

Post Views13 Total Count

Apply Now


This will close in 0 seconds

error: Content is protected !!