ଓଡ଼ିଶା ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ।

ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଓଡ଼ିଶା ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ। ଏନେଇ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର।

ଜନଜାତି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ ବିଏଲ୍‌ ସନ୍ତୋଷ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ।

ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ନିଜ ଅଞ୍ଚଳର ୨୦ରୁ ୨୫ ଗାଁକୁ ପୋଷ୍ୟ ଭାବେ ଗ୍ରହଣ ପରାମର୍ଶ ଦିଆଯିବ।

Post Views7 Total Count

Apply Now


This will close in 0 seconds

error: Content is protected !!