ବାର୍ଷିକ ତପୋବନ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କପିଳାସ ମହିମା ତପୋବନ ପୀଠ ସ୍ଥଳୀରେ କାର୍ତ୍ତିକ ଶୁକ୍ଳ ଦଶମୀ ତା. ୩୧.୧୦.୨୦୨୫ ରିଖ ଶୁକ୍ରବାର ଦିନ ଜନଜଗତ ଉଦ୍ଧାର ନିମନ୍ତେ ବାର୍ଷିକ ତପୋବନ ମେଳା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହିି ମେଳା ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେଥି ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବାକୁ କହିଥିଲେ। ଆବଶ୍ୟକ ସ୍ଥଳେ ରାସ୍ତା ମରାମତି ସହ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମେଳାକୁ ଆସୁଥିବା ବୃଦ୍ଧ-ବୃଦ୍ଧାମାନଙ୍କ ନିମନ୍ତେ ଯିବା ଆସିବା ପାଇଁ ଏକ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । କୌଣସି ପ୍ରକାରର ପଲିଥନ ବ୍ୟବହାରକୁ ନିଷିଧ କରାଯିବ ଓ କେହି ବ୍ୟବହାର କଲେ ଏହାକୁ ଜବତ କରାଯିବ ବୋଲି ବନଖଣ୍ଡ ଅଧିକାରୀଶ୍ରୀ ସୁମିତ କୁମାର କର ପ୍ରକାଶ କରିଥିଲେ । ମେଳାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବା ସହ ଭକ୍ତମାନଙ୍କ ରହଣି ପାଇଁ ଅସ୍ଥାୟୀ ଆଶ୍ରୟ ସ୍ଥଳର ବ୍ୟବସ୍ଥା ଓ ଆଇନଶୃଙ୍ଖଳା ରକ୍ଷା ବ୍ୟବସ୍ଥା କରାଯିବା ସଂପର୍କରେ ଆଲୋଚ଼ନା ହୋଇଥିଲା। ଏହି ବୈଠକରେ କୌପୀନଧାରୀ ମହିମା ସମାଜର ସଭାପତି ବାବା ରଘୁନାଥ ଦାସଙ୍କ ସହିତ ସାଧୁସନ୍ଥଗଣ, ତପୋବନ ମେଳାର ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ମାହିମା ଜ୍ୟୋତି ଯାତ୍ରାର ସଂଯୋଜକ ଶ୍ରୀ ପ୍ରଦ୍ୟୁମ୍ନ ପ୍ରସାଦ ରଥ, ସଦର ବି.ଡ଼ି.ଓ. ଶ୍ରୀ ରାହୁଲ ମଣ୍ଡଳ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ସଦର ଉପ-ଜିଲ୍ଳାପାଳ ଶ୍ରୀ ବିବୁଧ ଗଡ଼ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views6 Total Count

Apply Now


This will close in 0 seconds

error: Content is protected !!