ଆସନ୍ତା ୩ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଆଜିଠାରୁ ଆରମ୍ଭ ହୋଇଛି ହୋମ୍‌ ଭୋଟିଂ । ନୂଆପଡ଼ାରେ ବଢିଲାଣି ନିର୍ବାଚନୀ ପାରଦ । ଘମୋଘୋଟ ଚାଲିଛି ପ୍ରଚାର । ବଳ କଷାକଷି ହେଉଛନ୍ତି ବିଜେପି-ବିଜେଡି- କଂଗ୍ରେସ । ଆଉ ପ୍ରଚାରର ବୁଷ୍ଟର ଡୋଜ ଦେବାକୁ ମଇଦାନକୁ ଓହ୍ଲାଇବେ ବିଜେପିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେଡି ମଙ୍ଗୁଆଳ ନବୀନ ପଟ୍ଟନାୟକ ।

ନୂଆପଡ଼ା ମୁକାବିଲା ମଇଦାନରେ ଆମ୍ନା ସାମ୍ନା ହେବେ ଦୁଇ ହେଭିୱେଟ୍‌ । ଆସନ୍ତା ସପ୍ତାହରେ ଦୁଇଦିନିଆ ପ୍ରଚାରରେ ଯିବେ ମୋହନ ମାଝୀ । ଅନେକ ସ୍ଥାନରେ ସମାବେଶ ସହିତ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି ।

ସେହିପରି ନବୀନ ପଟ୍ଟନାୟକ ଆସନ୍ତା ୩ ଓ ୭ ତାରିଖରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ବାଚନମଣ୍ଡଳୀରେ ଏ ପରୀକ୍ଷା ହେବ ।

Post Views18 Total Count

Apply Now


This will close in 0 seconds

error: Content is protected !!