ERM ଇଣ୍ଡିଆ ସହ ବେଦାନ୍ତର ସହଭାଗିତା

ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଜୈବବିବିଧତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନ୍ତଃରାଷ୍ଟ୍ରୀୟ ପରିବେଶ ପରାମର୍ଶଦାତା ସଂସ୍ଥା ଇଆର୍ଏମ୍ ଇଣ୍ଡିଆ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା ହୋଇଥିବା ଜଣାପଡିଛି। ବିଶେଷକରି ବେଦାନ୍ତର ଜୈବ ବିବିଧତା ପରିଚାଳନା ଯୋଜନାକୁ ସୁରକ୍ଷା ଦେବା ପାଇଁ ଇଆର୍ଏମ୍ ଇଣ୍ଡିଆ ସହ ଉକ୍ତ ସହଭାଗିତା ସମ୍ପକର୍ର୍ରେ ଘୋଷଣା କରାଯାଇଛି।

ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ସିଇଓ (ଆଲୁମିନିୟମ୍ ବିଜନେସ୍) ରାହୁଲ ଶର୍ମା କହିଛନ୍ତି, ସ୍ଥାୟୀ ବ୍ୟବସାୟ କାର୍ଯ୍ୟରେ ଜୈବବିବିଧତା ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସ୍ବୀକୃତି ଦେଇଥାଉ। ଏପରିକି ଭବିଷ୍ୟତର ପିଢ଼ି ପାଇଁ ପ୍ରକୃତିର ସଂରକ୍ଷଣ ଆମର ଜୈବବିବିଧତା ପରିଚାଳନାର ଯୋଜନାକୁ ବଢାଇବା ଏବଂ ଜୈବବିବିଧତା ପରିଚାଳନା ଅଭ୍ୟାସକୁ ଦୃଢ଼ କରିବା ପାଇଁ ଆମେ ଇଆର୍ଏମ୍ ଇଣ୍ଡିଆ ସହିତ ଆମର ସହଯୋଗକୁ ଅପେକ୍ଷା କରି ରହିଛୁ।

ସେହିଭଳି ଇଆରଏମ ଇଣ୍ଡିଆର ବୈଷୟିକ ପରାମର୍ଶ ନିର୍ଦ୍ଦେଶକ ଡ.ଅରୁଣ ଭେଙ୍କଟାରାମନ୍ କହିଛନ୍ତି, ବେଦାନ୍ତର ଜୈବ ବିବିଧତା ପରିଚାଳନା ଯୋଜନାକୁ ବଢାଇବା ଏବଂ ଜୈବବିବିଧତା ପରିଚାଳନା ଅଭ୍ୟାସକୁ ମଜଭୁତ କରିବା ପାଇଁ ଆମେ ପ୍ରୟାସ କରିବୁ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!