ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ।  ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ଏହି ଅଧିବେଶନରେ କିଛି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହା ସହ ଗତ ଅଧିବେଶନ କାଳରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ଏହି ଅଧିବେଶନ ଲାଗି ସମ୍ମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।

ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି। ଦରବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଆଇନଶୃଙ୍ଖଳା, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ହିଂସା ପ୍ରସଙ୍ଗ ଉଠାଇବ ବିଜେଡି। ସେହିପରି ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତା, ପୋଲିସ ଏସଆଇ ପରୀକ୍ଷା ହୋଇଥିବା ଦୁର୍ନୀତି, ପୋଲାଭରମ ଓ ମହାନଦୀ ପ୍ରସଙ୍ଗ, କୋଇଲା ରୟାଲିଟି ଓ ଗ୍ରୀନ ଟାକ୍ସ ଆଦି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବ ବିଜେଡି। ଏହା ସହ କୃଷକଙ୍କ ଲାଗି ଏମଏସପି, ସମ୍ବଲପୁର, କୋରାପୁଟ, ବାଲେଶ୍ବରରେ ପୂର୍ଣ୍ଣକାଳୀନ ଏମସ୍ ପ୍ରତିଷ୍ଠା, ଆଦିବାସୀ ବିକାଶ, ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ସଂଯୋଗ, ମୋବାଇଲ ଟାୱାର ପ୍ରତିଷ୍ଠା ଆଦି ପ୍ରସଙ୍ଗ ବିଜେଡି ଉଠାଇବ।

Post Views15 Total Count

Apply Now


This will close in 0 seconds

error: Content is protected !!