ନୂଆ ଦିଲ୍ଲୀରେ ପହଞ୍ଚିଲେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ 

ନୂଆଦିଲ୍ଲୀରେ ପହଞ୍ଚିଲେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନିଜର ବହୁ ପ୍ରତୀକ୍ଷିତ ଭାରତ ଯାତ୍ରାରେ ନୂଆଦିଲ୍ଲୀର ପାଲମ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏୟାରପୋର୍ଟରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଦୁଇ ଦିବସୀୟ ଯାତ୍ରାରେ ଆସିଛନ୍ତି ପୁଟିନ। ତାଙ୍କୁ ସର୍ବପ୍ରଥମେ ପାଲମ ଏୟାରପୋର୍ଟରେ ଗାର୍ଡ ଅଫ୍‌ ଅନର ଦିଆଯିବ। ଏହାପରେ ସେ ପିଏମ୍‌ ମୋଦିଙ୍କ ସହ ଡିନର କରିବେ। ତାଙ୍କର ଏହି ଯାତ୍ରା ୪ବର୍ଷର ଅନ୍ତରାଳରେ ଅନୁଷ୍ଠିତ ହୋଇଛି।ଏହା ପୂର୍ବରୁ ସେ ୨୦୨୧ ରେ ଭାରତ ଗସ୍ତରେ ଆସିଥିଲେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ,ପୁଟିନଙ୍କ କାର୍ଯ୍ୟକ୍ରମରେ ଶୁକ୍ରବାର ୨୩ତମ ଭାରତ ରୁଷ୍‌ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସବୁଠୁ ପ୍ରମୁଖ ଆୟୋଜନ। ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଲେ ପୁଟିନ: ଆଲିଂଘନ କରି ପ୍ରିୟ ବନ୍ଧୁଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ତେବେ ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଦିଲ୍ଲୀର ହୋଟେଲ ଶିଳ୍ପ ଗୁଡିକରେ ହଠାତ୍ ହଇଚଇ ସୃଷ୍ଟି ହୋଇଥିଲା। ରାଜଧାନୀରେ ବିଳାସପୂର୍ଣ୍ଣ ହୋଟେଲ ବୁକିଂ ପାଇଁ ଭିଡ଼ ଯୋଗୁଁ ସମସ୍ତ ପଞ୍ଚ ତାରକା ହୋଟେଲ ଗୁଡ଼ିକର ରୁମ୍ ଦର ଦ୍ବିଗୁଣିତ ହୋଇଛି। କିଛି ଦିନ ପୂର୍ବରୁ ଯେଉଁ ରୁମ୍ ଗୁଡିକ ପ୍ରତି ରାତି ପାଇଁ ୫୦ ହଜାରରୁ ୮୦ ହଜାର ଟଙ୍କାରେ ଉପଲବ୍ଧ ହେଉଥିଲା, କିନ୍ତୁ ଏବେ ଏହା ୧ ଲକ୍ଷରୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ବୁକ୍ କରାଯାଉଛି। ଏହି ଦରକୁ ଦେଖିଲେ ଦିଲ୍ଲୀରେ ଏବେ ହୋଟେଲ ରହଣି ବହୁତ ମହଙ୍ଗା ହୋଇଛି।

 

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଟିନ ଆଇଟିସି ମୌର୍ଯ୍ୟରେ ୪୭୦୦ ବର୍ଗଫୁଟ ବିଶିଷ୍ଟ ବିଳାସପୂର୍ଣ୍ଣ ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍‌ରେ ରହିବେ। ଏହି ସୁଟ୍‌ର ଏକ ସ୍ୱତନ୍ତ୍ର ଇତିହାସ ମଧ୍ୟ ଅଛି, କାରଣ ଏହା ସେହି କୋଠରୀ ଯେଉଁଠାରେ ଡୋନାଲ୍ଡ ଟ୍ରମ୍ପ, ଜୋ ବାଇଡେନ ଏବଂ ବିଲ୍ କ୍ଲିଣ୍ଟନଙ୍କ ଭଳି ଆମେରିକୀୟ ରାଷ୍ଟ୍ରମୁଖ୍ୟ ମାନେ ରହିଥିଲେ। ସୁଟ ଦୁଇଟି ଶୟନ କକ୍ଷ, ଏକ ଅଧ୍ୟୟନ, ଏକ ସ୍ୱାଗତ କ୍ଷେତ୍ର, ଏକ 12-ସିଟର ଡାଇନିଂ ରୁମ୍, ଏକ ମିନି-ସ୍ପା, ଏକ ଜିମ୍ ଏବଂ ଅନେକ ଉଚ୍ଚସ୍ତରୀୟ ସୁବିଧା ରହିଛି।

Post Views39 Total Count

Apply Now


This will close in 0 seconds

error: Content is protected !!