ଜାନୁଆରି ୩୧ ତାରିଖ ସୁଦ୍ଧା ମିଳିବ ଚିଟଫଣ୍ଡ ଟଙ୍କା

ଓଡ଼ିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆସନ୍ତା ଜାନୁଆରି ୩୧ ତାରିଖ ସୁଦ୍ଧା କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ । ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ଲକ୍ଷାଧିକ କ୍ଷତିଗ୍ରସ୍ତ ପରିବାର ମଧ୍ୟରେ ଆଶାର ସଞ୍ଚାର କରିଛି ।

ମନମୋହନ ସାମଲ କହିଛନ୍ତି, ତଦନ୍ତ କମିସନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ । ସରକାର ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ନୂତନ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନଙ୍କୁ ଜାନୁଆରି ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ ।

Post Views3 Total Count

Apply Now


This will close in 0 seconds

error: Content is protected !!