୩୦ ଜିଲ୍ଲାରେ ୩୦ ଶିଳ୍ପ ,୧୬ଟି କ୍ଷେତ୍ରରେ ହେବ ନିବେଶ

ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୩୦ ଜିଲ୍ଲାରେ ୩୦ ଶିଳ୍ପ । ୧୬ଟି କ୍ଷେତ୍ରରେ ହେବ ନିବେଶ । ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶା ହେବ ପୁଞ୍ଜିନିବେଶର ହବ୍ । ନିବେଶକ ସମ୍ମିଳନୀରେ ୩୮ ଜଣ ଇନଭେଷ୍ଟରଙ୍କ ସହ ମୁହାଁମୁହିଁ ଆଲୋଚନା ଏବଂ ୭୩ ଟି ବୈଠକ ହୋଇଛି ।

୧୩ଟି MOU ସ୍ଵାକ୍ଷର ହୋଇଥିବା ବେଳେ ୨୭ ହଜାର ୬୫୦କୋଟି ନିବେଶ ହେବ । ନିଯୁକ୍ତି ପାଇବେ ୧୫ ହାଜର ଲୋକ । ୬୬ ହଜାର ୭୮୧ କୋଟି ନିବେଶ ପ୍ରସ୍ତାବ ଆସିଛି ।

ହାଇଦ୍ରାବାଦ ଇଣ୍ଡଷ୍ଟ୍ରିଆଲ ମିଟରେ ଉତ୍ପାଦନ, ଚିକିତ୍ସା, ପ୍ରତିରକ୍ଷା, ଅକ୍ଷୟ ଶକ୍ତି, ଟେକ୍ସଟାଇଲ ଭଳି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଆସିଛି । ଆଗାମୀ ଦିନରେ ବାଙ୍ଗାଲୋର, କୋଲକାତାରେ ନିବେଶକ ସମ୍ମିଳନୀ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Post Views18 Total Count

Apply Now


This will close in 0 seconds

error: Content is protected !!