ଲୋକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ

ଲୋକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତକାଲି ରାତିରେ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ ଘଉଡ଼ାଇବାରେ ସଫଳ ହୋଇଛନ୍ତି । ୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼ ଉପରେ ଆଡ୍ଡା ଜମାଇଥିଲେ ଦୁଇ ଟସ୍କର ବା ବଡ଼ ଦନ୍ତାହାତୀ ।

ହାତୀ ଦୁଇଟି ପୁଣି ଭରତପୁର ରିଜର୍ଭ ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଦନ୍ତାହାତୀଙ୍କୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଞ୍ଚଳବାସୀ ।

ଗତ ଶନିବାର ଠାରୁ ପାହାଡ଼ ଉପରକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା । ହାତୀ ଦୁଇଟି ଫେରିଗଲା ପରେ ଆଜି ପୁଣି ଫାଟକ ଖୋଲାଗଲା । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!